ଓଡିଶା

odisha

ETV Bharat / bharat

ଉଦ୍ଧାରକାରୀ ଦଳକୁ ରାକ୍ଷୀ ବାନ୍ଧିଲେ ବନ୍ୟା ବିପନ୍ନ - girls tie rakhi to NDRF Personnel

ସବୁ ବିପଦରୁ ଦେବଦୂତ ସାଜି ରକ୍ଷା କରିଆସୁଥିବା ଉଦ୍ଧାରକାରୀ ଦଳଙ୍କୁ ଭାଇର ମାନ୍ୟତା ଦେଇଛନ୍ତି କର୍ଣ୍ଣାଟକର ଚିକମାଗାଲୁରୁ ବାସୀ । ସମସ୍ତଙ୍କୁ ସୁରକ୍ଷିତ ସ୍ଥାନାନ୍ତରିତ କରିବା ପରେ ବନ୍ୟା ବିପନ୍ନ ଭଉଣୀମାନେ ଏନଡିଆରଏଫ ଓ ସୁରକ୍ଷାକର୍ମୀଙ୍କ ହାତରେ ବାନ୍ଧିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Aug 13, 2019, 2:54 PM IST

ବେଙ୍ଗାଲୁରୁ: ବିପଦ ବେଳେ ଭଉଣୀକୁ ରକ୍ଷା କରିବ ଭାଇ । ସେନେଇ ଭଉଣୀଟି ଭାଇ ହାତରେ ବାନ୍ଧିଥାଏ ରାକ୍ଷୀ । ତେବେ ରାକ୍ଷୀକୁ ଆଉ ମାତ୍ର 2 ଦିନ ଥିବାବେଳେ ଆଜି ରକ୍ଷାବନ୍ଧନ ପାଳିଛନ୍ତି କର୍ଣ୍ଣାଟକ ଚିକମାଗାଲୁରୁବାସୀ । ବନ୍ୟା ପ୍ରଭାବିତ ଏହି ଅଞ୍ଚଳରେ ରାତି ଦିନ ଏକ କରି ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଏନଡିଆରଏଫ ଓ ସୁରକ୍ଷାକର୍ମୀଙ୍କୁ ଭାଇର ମାନ୍ୟତା ଦେଇ ରାକ୍ଷୀ ବାନ୍ଧିଛନ୍ତି ଭଉଣୀମାନେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

କର୍ଣ୍ଣାଟକରେ ବନ୍ୟା ବିଭୀଷିକାରେ ଚିକମାଗାଲୁରୁ ଅଞ୍ଚଳ ବେଶ ପ୍ରଭାବିତ ହୋଇଛି। ତେବେ ଏନଡିଆରଏଫ ଟିମ ଉଦ୍ଧାରକାର୍ଯ୍ୟ ଲାଗିଥିବାବେଳେ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନାନ୍ତରିତ କରାଯାଇଛି । ସମସ୍ତ ବିନ୍ୟା ବିପନ୍ନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପରେ ସ୍ଥାନ ଛାଡି ଯାଉଥିଲେ ଟିମ । ଦିନ ରାତି ଏକ କରି ଏମାନଙ୍କୁ ଉଦ୍ଧାର କରିଥିବା ଏହି ଏନଡିଆରଏଫ ଟିମ କୌଣସି ଭାଇ ଠୁ କମ ନୁହନ୍ତି । ତେଣୁ କାନ୍ଦ କାନ୍ଦ ମୁହଁରେ ଟିମକୁ ବିଦାୟ ଦେବା ସହ ରାକ୍ଷୀ ପିନ୍ଧାଇ ଭାଇର ମାନ୍ୟତା ଦେଇଛନ୍ତି ।

କର୍ଣ୍ଣାଟକ ସହିତ କେରଳ, ଗୁଜୁରାଟ, ମହାରାଷ୍ଟ୍ରରେ ବନ୍ୟାର କରାଳ ରୂପ ଦେଖୁଛି । ଜଳବନ୍ଦୀ ହୋଇପଡିଛି 4ଟି ରାଜ୍ୟ । ସେପଟେ ଦେବଦୂତ ସାଜି ଗୋଟିଏ ପରେ ଗୋଟିଏ ଜୀବନ ବଞ୍ଚାଇ ଚାଲିଛନ୍ତି ଉଦ୍ଧାରକାରୀ ଦଳ ।

ABOUT THE AUTHOR

...view details