ଓଡିଶା

odisha

ETV Bharat / bharat

ମହିଳାଙ୍କୁ ଗୋଡାଇ ଗୋଡାଇ ପିଟିଲେ ସମ୍ପର୍କୀୟ

ନିଜ ଜାତିର ପୁଅକୁ ବିବାହ କରିବାକୁ ମନା କରିବାରୁ ମହିଳାଙ୍କୁ ଗୋଡାଇ ଗୋଡାଇ ପିଟିଛନ୍ତି ସମ୍ପର୍କୀୟ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଫାଇଲ ଫଟୋ

By

Published : Jun 30, 2019, 10:38 AM IST

ଭୋପାଳ: ମଧ୍ୟପ୍ରଦେଶର ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ନିଜ ଜାତିର ପୁଅକୁ ବିବାହ କରିବାକୁ ମନା କରିବାରୁ ମହିଳାଙ୍କୁ ଗୋଡାଇ ଗୋଡାଇ ପିଟିଛନ୍ତି ସମ୍ପର୍କୀୟ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଭିଡିଓରେ ଦେଖାଯାଉଛି, ସମ୍ପର୍କୀୟମାନେ ମହିଳାଙ୍କୁ ତଳେ ପକାଇ ଗୋଇଠା ବିଧା ମାରିବା ସହ ଠେଙ୍ଗାରେ ପିଟୁଛନ୍ତି । ମହିଳା ଜଣଙ୍କ ସେମାନଙ୍କୁ ରୋକିବା ସହ ତାଙ୍କୁ ନମାରିବାକୁ କାକୁତି ମିନତି କରିବା ସତ୍ତ୍ବେ ମହିଳାଙ୍କ ଭାଇ ଓ ପଡୋଶୀ ତାଙ୍କୁ ମାରି ଚାଲିଛନ୍ତି ।

ସୂଚନା ମୁତାବକ, ଘଟଣାଟି ଗତ ଜୁନ୍ 25ର ଅଟେ । ଭିଡିଓଟି ସୋସିଆଲ ମିଡିଆରେ ଗତ ତିନି ପୂର୍ବରୁ ସେୟାର କରାଯାଇଥିଲା । ତେବେ ପୋଲିସ ଏହି ଭିଡିଓ ଆଧାରରେ ବାଇକ ନମ୍ବରର ଦେଖି ଅଭିଯୁକ୍ତଙ୍କୁ ଗିରଫ କରିଛି ।

ପୋଲିସର ସୂଚନା ଅନୁଯାୟୀ, 21 ବର୍ଷୀୟ ମହିଳା ଜଣଙ୍କ ଜଣେ ଦଳିତ ଜାତିର ପୁଅ ସହ ଫେରାର ହୋଇଥିଲେ । ତେଣୁ ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସେମାନଙ୍କୁ ଟ୍ରାକ କରି ଫେରାଇ ଆଣିଥିଲେ ।

ଏହାପରେ ପରିବାର ଲୋକେ ମହିଳାଙ୍କୁ ନିଜ ଜାତି (ଭିଲାଲା)ର ଏକ ପୁଅକୁ ବିବାହ କରିବା ପାଇଁ ତାଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଥିଲେ । ମହିଳା ଜଣଙ୍କ ରାଜି ନହେବାରୁ ତାଙ୍କୁ ନିଜର ପରିବାର ଏବଂ କିଛି ସମ୍ପର୍କୀୟ ମିଶି ମାରପିଟ୍ କରିଥିଲେ । ଯାହାର ଏକ ଭିଡିଓ ଭାଇରାଲ ହୋଇଥିଲା । ତେବେ ମହିଳାଙ୍କ ଚାରି ଭାଇଙ୍କ ସମେତ ତାଙ୍କର 3 ଜଣ ସମ୍ପର୍କୀୟଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଜାରି କରିଛନ୍ତି।

ABOUT THE AUTHOR

...view details