ଓଡିଶା

odisha

ETV Bharat / bharat

10 ବର୍ଷର ଝିଅକୁ 15 ଥର ଛୁରୀ ଭୁଷି ହତ୍ୟା କଲା ସାବତ ମା - ହତ୍ୟାକାଣ୍ଡ

ବରେଲୀରେ ଜଘନ୍ୟ ହତ୍ୟାକାଣ୍ଡ । ଜଣେ ସାବତ ମା' 10 ବର୍ଷର ଝିଅକୁ ନିର୍ଯ୍ୟାତନା ଦେବା ସହ ତାକୁ ଛୁରୀ ଭୁଷି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

10 ବର୍ଷର ଝିଅକୁ 15 ଥର ଛୁରୀ ଭୁଷି ହତ୍ୟା କଲା ସାବତ ମା
10 ବର୍ଷର ଝିଅକୁ 15 ଥର ଛୁରୀ ଭୁଷି ହତ୍ୟା କଲା ସାବତ ମା

By

Published : Aug 26, 2020, 10:15 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବରେଲୀରେ ଜଘନ୍ୟ ହତ୍ୟାକାଣ୍ଡ । ଜଣେ ସାବତ ମା' 10 ବର୍ଷର ଝିଅକୁ ନିର୍ଯ୍ୟାତନା ଦେବା ସହ ତାକୁ ଛୁରୀ ଭୁଷି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ମା' ବରେଲୀରେ ଥିବା ମ୍ୟୁନିସିପାଲିଟି କର୍ପୋରେସନର କର୍ମଚାରୀ ରବି ବାବୁଙ୍କ ପତ୍ନୀ ରିତୁ ବୋଲି ଜଣାପଡିଛି। ପୋଲିସ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ଗିରଫ କରିଛି।

ପୋଲିସ ସୂତ୍ର ଅନୁଯାୟୀ, ଅଗଷ୍ଟ 22ରେ ଏହି ଘଟଣା ଘଟିଥିଲା । ଝିଅଟି ଶୋଇଥିବା ବେଳେ ଏବଂ ଘରର କାମ ଶେଷ ନକରିବାରୁ ସାବତ ମା' ତାକୁ ମାଡ ମାରିଥିଲା । ଏହା ପରେ ଝିଅ ସହ ମହିଳା ଜଣଙ୍କର ଯୁକ୍ତିତର୍କ ହୋଇଥିଲା । ତେବେ ରାଗରେ ଅଭିଯୁକ୍ତ ମହିଳା 15 ଥର ଛୁରୀ ଭୁଷି ଝିଅକୁ ହତ୍ୟା କରିଦେଇଥିଲା । ଝିଅର ସାବତ ମା ରିତୁ ଏବଂ ତାର ବାପା ମୃତଦେହକୁ ଘର ଭିତରେ ପୋତି ଦେଇଥିବା ପୋଲିସ ସୂଚନା ଦେଇଛି ।

ମୃତ ନାବାଳିକା ତାର ସାବତ ମା ଦ୍ବାରା ବାରମ୍ବାର ଶାରୀରିକ ନିର୍ଯାତନାର ଶିକାର ହେଉଥିଲା । ଘଟଣା ପରେ ଯେତେବେଳେ ଉଭୟ ସ୍ବାମୀ ସ୍ତ୍ରୀ କେଉଁଠି ଅନ୍ତର୍ଧ୍ୟାନ ହୋଇଗଲେ, ସେତେବେଳେ ପଡ଼ୋଶୀମାନେ ସନ୍ଦେହରେ ଏକ ନିଖୋଜ ଅଭିଯୋଗ ଦାଖଲ କରିଥିଲେ ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ରବିବାର ନାବାଳିକାର ରକ୍ତ ଜୁଡୁବୁଡୁ ଶରୀରକୁ ପୋଲିସ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।

ପରେ ପୋଲିସ ମୃତ ଝିଅର ସାବତ ମା ଓ ବାପାକୁ ପଚରାଉଚରା କରିବା ପରେ ହତ୍ୟା କରିଥିବା ସେମାନେ ସ୍ବୀକାର କରିଥିଲା। ପୋଲିସ କହିଛି ଯେ ଝିଅର ସାବତ ମା ଏବଂ ମାଉସୀ ତାକୁ ଗୁରୁବାର ହତ୍ୟା କରିଛନ୍ତି ଏବଂ ତାର ବାପା ମୃତଦେହକୁ ନିଜ ଘର ଭିତରେ ପୋତି ଦେବାରେ ସାହାଯ୍ୟ କରିଛନ୍ତି। ତେବେ ଅଭିଯୁକ୍ତ ମାଉସୀ ଏଯାଏଁ ଫେରାର ରହିଛି ।

ABOUT THE AUTHOR

...view details