ପାଟନା: ବିହାରର ଗୟା ଜିଲ୍ଲାରୁ ଛାତି ଥରାଇଦେବା ଭଳି ହତ୍ୟା ଘଟଣା ସାମ୍ନାକୁ ଆସିଛି । ପରକିୟା ପ୍ରୀତିର ପରିଣତୀ ଯେ କେତେ ଭୟାବହ ହୋଇପାରେ ତାହା ଏହି ହତ୍ୟା ଘଟଣା ସ୍ପଷ୍ଟ କରିଛି । ପରକିୟା ପ୍ରୀତିକୁ ବିରୋଧ କରିବାରୁ ଜଣେ ସ୍ତ୍ରୀ ନିଜ ସ୍ବାମୀକୁ ଅତି ନିର୍ମମ ଭାବେ କରିଛି ହତ୍ୟା । ଆଉ କିଭଳି ଏବଂ କେଉଁ ପରିସ୍ଥିତିରେ ଏହି ହତ୍ୟାକାଣ୍ଡ ଘଟିଛି, ତାହା ଜାଣିବା ପରେ କିଛି କ୍ଷଣ ପାଇଁ ବନ୍ଦ ହୋଇଯିବ ଆପଣଙ୍କ ଶିରା ପ୍ରଶିରାରେ ବହୁଥିବା ରକ୍ତ ।
ପରକିୟା ପ୍ରୀତିକୁ ବିରୋଧ କରିବାରୁ ଜଣେ ସ୍ତ୍ରୀ ତାର ନିଜ ସ୍ବାମୀର ଓଠକୁ ଫେଭିକୁଇକ ଅଠାରେ ବନ୍ଦ କରି ଅତି ନିର୍ମମ ଭାବରେ କରିଛି ହତ୍ୟା । ଘଟଣା ଘଟିଛି ଜିଲ୍ଲାର ମଗଧ ଅଞ୍ଚଳରେ ଯେଉଁଠାରେ ପରକିୟା ପ୍ରୀତିକୁ ନେଇ ଦମ୍ପତି ମୁନା ଗୁପ୍ତା ଓ ତାର ସ୍ତ୍ରୀ ଜୁଲି ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପୂର୍ବରୁ ଜୁଲିକୁ ତାର ପୁରୁଷ ବନ୍ଧୁ ସହିତ ଅସଞ୍ଜତ ଅବସ୍ଥାରେ ଧରିଥିଲା ମୁନା । ଏହାକୁ ମୁନା ବିରୋଧ ମଧ୍ୟ କରିଥିଲା । ତେବେ ଏହାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିଲା ଯୁକ୍ତିତର୍କ । ପରବର୍ତ୍ତୀ ସମୟରେ ଏହି ଯୁକ୍ତିତର୍କ ମାଡଗୋଳରେ ପହଞ୍ଚିଥିଲା ।