ନୂଆଦିଲ୍ଲୀ: କୋରୋନା ଚିନ୍ତାରେ ସମଗ୍ର ଦେଶ । ଲକଡାଉନକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇନଥିଲେ ବି କିଛି କିଛି କ୍ଷେତ୍ରରେ ଲକଡାଉନକୁ କୋହଳ କରିଦିଆଯାଇଛି । ଏପରିକି ବସ ଚଳାଚଳ ମଧ୍ୟ ସ୍ବାଭାବିକ ହୋଇଛି । ହେଲେ ଏହାର ଫାଇଦା ଉଠାଇଛନ୍ତି ବସ ଡ୍ରାଇଭର । ପୁଣି ରାତ୍ରିବସରେ ହୋଇଛି ଦୁଷ୍କର୍ମ । ଉତ୍ତର ପ୍ରଦେଶର ପ୍ରତାପଗଡରୁ ନୋଏଡା ଅଭିମୁଖେ ଯାତ୍ରା କରୁଥିବା ଜଣେ 25 ବର୍ଷିୟ ମହିଳାଙ୍କୁ ବସରେ ଦୁଇ ଡ୍ରାଇଭର ଗଣଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି । ସେପଟେ ବସ ଡ୍ରାଇଭରଙ୍କୁ ଗିରଫ କରିଛି ପୋଲିସ ।
ପୋଲିସ ସୂଚନା ଅନୁସାରେ ଏହି ଘଟଣାଟି ଲକ୍ଷ୍ନୌ ଏବଂ ମଥୁରା ମଧ୍ୟରେ ବସ ଚଲୁଥିବା ସମୟରେ ଘଟିଛି । ମହିଳା ଜଣକ ପ୍ରଥମ ଥର ପାଇଁ ନିଜର ଦୁଇ ସନ୍ତାନଙ୍କୁ ଧରି ପ୍ରତାପଗଡରୁ ନୋଏଡାକୁ ନିଜ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ । ଏହି ବସରେ ଦୁଇ ଡ୍ରାଇଭର ଏବଂ ଜଣେ ହେଲପରଙ୍କ ବ୍ୟତିତ ଅନ୍ୟ 10 ଜଣ ଯାତ୍ରୀ ମଧ୍ୟ ଯାତ୍ରା କରୁଥିଲେ । ବସଟି ଏସି ସ୍ଲିପର ବସ୍ ହୋଇଥିବା ବେଳେ ମହିଳା ନୋଏଡାରେ ପହଞ୍ଚି ତୁରନ୍ତ ଥାନାକୁ ଯାଇ ଅଭିଯୋଗ କରିଛନ୍ତି ।