ନୂଆଦିଲ୍ଲୀ: ପୁଣି ଟ୍ରେନରେ ଶିଶୁର ଜନ୍ମ । ଦିଲ୍ଲୀର ଏକ ଏକ୍ସପ୍ରେସ ଟ୍ରେନରେ ଜଣେ ମହିଳା ଯାତ୍ରୀ ଯାତ୍ରା ସମୟରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି | ଉଭୟ ମା ଏବଂ ଶିଶୁ ସୁସ୍ଥ ଥିବା ଦକ୍ଷିଣ ପଶ୍ଚିମ ରେଳ ଜୋନ ପକ୍ଷରୁ ସୂଚନା ମିଳିଛି ।
ରବିବାର କେଏସଆର ବେଙ୍ଗାଲୁରୁ-ନୂଆଦିଲ୍ଲୀ ସ୍ପେଶାଲ ଏକ୍ସପ୍ରେସ ଟ୍ରେନରେ ଜଣେ ମହିଳା ଯାତ୍ରା କରୁଥିବା ସମୟରେ ଆଗ୍ରା ନିକଟରେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ପରେ ରେଳ ବିଭାଗ ପକ୍ଷରୁ ମଥୁରାଠାରେ ଜଣେ ଡାକ୍ତରଙ୍କ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ କରୋନା ଭାଇରସର ଭୟ ହେତୁ ଯାତ୍ରୀ ଜଣଙ୍କ ଚିକିତ୍ସା ମନା କରିଦେଇଥିଲେ। ତେବେ ସମାନ ଟ୍ରେନରେ ଯାତ୍ରା କରୁଥିବା ଜଣେ ମହିଳା ଡାକ୍ତର ଶିଶୁଟିକୁ ପ୍ରସବ କରିବାରେ ସାହାଯ୍ୟ କରିଥିଲେ। ଶେଷରେ ଶିଶୁଟି ଦିଲ୍ଲୀ ଷ୍ଟେସନରେ ଜନ୍ମ ନେଇଥିଲା। ଏବେ ଉଭୟ ମାଆ ଏବଂ ଶିଶୁ ସୁସ୍ଥ ଅଛନ୍ତି।