ଓଡିଶା

odisha

ETV Bharat / bharat

ନୂଆ ମୋବାଇଲ ଜିଦ୍, ସ୍ବାମୀଙ୍କ ସହ ଯୁକ୍ତିତର୍କ ପରେ ମହିଳାଙ୍କ ଆତ୍ମହତ୍ୟା - ମୋବାଇଲ ପାଇଁ ଆତ୍ମହତ୍ୟା

ଦିଲ୍ଲୀର ମୈଦାନ ଗ୍ରାହୀରେ ସେମାନଙ୍କ ପିଲାମାନଙ୍କ ଅନଲାଇନ୍ କ୍ଲାସ୍ ପାଇଁ ଏକ ନୂଆ ମୋବାଇଲ୍ ଫୋନ୍ ପାଇଁ ସ୍ବାମୀଙ୍କ ସହ ଯୁକ୍ତିତର୍କ ପରେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । 29 ବର୍ଷୀୟ ଜ୍ୟୋତି ମିଶ୍ର କିରୋସିନ ଢାଳି ବୁଧବାର ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ଜ୍ୟୋତିଙ୍କ ଶରୀରର 90 ପ୍ରତିଶତ ପୋଡି ଯାଇଥିଲା । ବୁଧବାର ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଗୁରୁବାର ସକାଳେ ସେ ପ୍ରାଣ ହରାଇଥିଲେ ।

ସ୍ବାମୀଙ୍କ ସହ ଯୁକ୍ତିତର୍କ ପରେ ମହିଳାଙ୍କ ଆତ୍ମହତ୍ୟା
ସ୍ବାମୀଙ୍କ ସହ ଯୁକ୍ତିତର୍କ ପରେ ମହିଳାଙ୍କ ଆତ୍ମହତ୍ୟା

By

Published : May 28, 2020, 11:10 PM IST

ନୂଆଦିଲ୍ଲୀ: ମୋବାଇଲ ପାଇଁ ଅତ୍ମହତ୍ୟା । ପିଲାଙ୍କ ଅନଲାଇନ କ୍ଲାସ୍ ନେଇ ନୂଆ ମୋବାଇଲ କିଣିବା ପାଇଁ ଜିଦ୍ ପରେ ଯୁକ୍ତିତର୍କ ଶେଷରେ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଛନ୍ତି ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ ।

ଦିଲ୍ଲୀର ମୈଦାନ ଗ୍ରାହୀରେ ସେମାନଙ୍କ ପିଲାମାନଙ୍କ ଅନଲାଇନ୍ କ୍ଲାସ୍ ପାଇଁ ଏକ ନୂଆ ମୋବାଇଲ୍ ଫୋନ୍ ପାଇଁ ସ୍ବାମୀଙ୍କ ସହ ଯୁକ୍ତିତର୍କ ପରେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । 29 ବର୍ଷୀୟ ଜ୍ୟୋତି ମିଶ୍ର କିରୋସିନ ଢାଳି ବୁଧବାର ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ଜ୍ୟୋତିଙ୍କ ଶରୀରର 90 ପ୍ରତିଶତ ପୋଡି ଯାଇଥିଲା । ବୁଧବାର ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଗୁରୁବାର ସକାଳେ ସେ ପ୍ରାଣ ହରାଇଥିଲେ । ଆତ୍ମହତ୍ୟା କରିଥିବା ଜ୍ୟୋତିଙ୍କ ସ୍ବାମୀ ପ୍ରମୋଦ ମିଶ୍ର ତାଙ୍କୁ ମୋବାଇଲ୍ ଫୋନ୍ କିଣିବାକୁ କିଛି ଦିନ ଅପେକ୍ଷା କରିବାକୁ କହିଥିବା ସୂଚନା ରହିଛି । ତଥାପି ଜ୍ୟୋତିଙ୍କ ଆତ୍ମହତ୍ୟା ଏବେ ତଦନ୍ତ ଘେରରେ ।

ଡେପ୍ୟୁଟି କମିଶନର ପୋଲିସ (ଦକ୍ଷିଣ) ଅତୁଲ କୁମାର ଠାକୁର କହିଛନ୍ତି, "ପୀଡିତାଙ୍କ ଦେହ ନିଆଁରେ ଅତିମାତ୍ରାରେ ପୋଡି ଯାଇଥିଲା । ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କ ସହ ଯୁକ୍ତିତର୍କ କରିଥିବା କାରଣରୁ ସେ ଚରମ ପଦକ୍ଷେପ ନେଇଥିଲେ ବୋଲି ସୂଚନା ଦେଇଛନ୍ତି ।

ଏହି ଘଟଣାରେ ମୃତ ଜ୍ୟୋତିଙ୍କ ଭାଇ ଚନ୍ଦ୍ର ଶେଖର ପାଣ୍ଡେ, ସ୍ବାମୀ ପ୍ରମୋଦ ମିଶ୍ର ଏବଂ ପଡ଼ୋଶୀ ମୁନ୍ନା ଶର୍ମାଙ୍କ ବୟାନ ରେକର୍ଡ କରାଯାଇଛି । ଜ୍ୟୋତିଙ୍କ ଭାଇ ଏହି ଘଟଣାରେ କୌଣସି ସନ୍ଦେହ ପ୍ରକାଶ କରିନାହାନ୍ତି । ଜ୍ୟୋତି ଓ ପ୍ରମୋଦ ସାତ ବର୍ଷ ଧରି ବିବାହ କରିଥିଲେ ଏବଂ ତାଙ୍କର ଦୁଇଟି ସନ୍ତାନ ରହିଛନ୍ତି ।

ପୋଲିସ କହିଛି ଯେ ଘଟଣାସ୍ଥଳରୁ ଏକ ପ୍ଲାଷ୍ଟିକ୍ କ୍ୟାନ୍ ଏବଂ ଦିଆସିଲ କାଠି ବରାମଦ କରିଛି ।

ABOUT THE AUTHOR

...view details