କୋଲକାତା: ତିନି ତଲାକ ପାଇଁ ପତ୍ନୀଙ୍କୁ ହତ୍ୟା । ସଂସଦର ଉଭୟ ଗୃହରେ ଟ୍ରିପଲ ତଲାକ ବିଲ ପାରିତ ହୋଇ ସାରିଥିବା ବେଳେ ପଶ୍ଚିମବଙ୍ଗର ଗୌରୀଗ୍ରାମ ପଞ୍ଚାୟତର ରାଇଗୁଞ୍ଜ ଅଞ୍ଚଳରେ ଘଟିଛି ଏଭଳି ଲୋମଟାଙ୍କୁରା ଘଟଣା ।
ତିନି ତଲାକ ପାଇଁ ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତ ଫେରାର - ତିନି ତଲାକ ପାଇଁ ପତ୍ନୀଙ୍କୁ ହତ୍ୟା
ତିନି ତଲାକ ପାଇଁ ପତ୍ନୀଙ୍କୁ ହତ୍ୟା । ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ପଶ୍ଚିମବଙ୍ଗ ଅଞ୍ଚଳରେ । ସଂସଦର ଉଭୟ ଗୃହରେ ଟ୍ରିପଲ ତଲାକ ବିଲ ପାରିତ ହୋଇ ସାରିଥିବା ବେଳେ ପଶ୍ଚିମବଙ୍ଗର ଗୌରୀଗ୍ରାମ ପଞ୍ଚାୟତର ରାଇଗୁଞ୍ଜ ଅଞ୍ଚଳରେ ଘଟିଛି ଏଭଳି ଲୋମଟାଙ୍କୁରା ଘଟଣା ।

ଡିଜାଇନ ଫଟୋ
ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
ମିଳିଥିବା ସୂଚନା ମୁତାବକ ଜଣେ ମୁସଲିମ ମହିଳାଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଁଥିଲେ ତାଙ୍କ ସ୍ବାମୀ । ମାତ୍ର ପତ୍ନୀ ରାଜି ନ ହେବାରୁ ରାଗରେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ହତ୍ୟା କରିଥିଲେ । ମୃତକ ଜଣକ ହେଉଛନ୍ତି ସେହି ଅଞ୍ଚଳର ନୂର ବାନୁ ।
ହତ୍ୟା ପରେ ତାଙ୍କ ସ୍ବାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।