ନୂଆଦିଲ୍ଲୀ: ନାଗରିକ ସଂଶୋଧନ ଅଧିନିୟମ (ସିଏଏ) ବିରୋଧରେ ବିରୋଧ ପ୍ରଦର୍ଶନ ତଥା ଆତଙ୍କବାଦୀ ଆକ୍ରମଣ ଯୋଜନାରେ ତାଙ୍କ ସ୍ବାମୀ ସହ ଜଡିତ ଥିବା କାଶ୍ମୀର ମହିଳା ହିନା ବଶିର ଖାନ ଏନଆଇ ହେପାଜତରେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କୁ ଦିଲ୍ଲୀର ଲୋକ ନାୟକ ଜୟ ପ୍ରକାଶ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶରେ ଅଭିଯୁକ୍ତଙ୍କ କୋବିଡ-19 ପରୀକ୍ଷା ଜୁନ 6 ରେ କରାଯାଇଥିଲା ।
ଇସଲାମିକ ଷ୍ଟେଟର ଆଦର୍ଶକୁ ପ୍ରୋତ୍ସାହିତ କରିବା ଏବଂ ସିଏଏ ବିରୋଧରେ ବିରୋଧ ପ୍ରଦର୍ଶନ କରିବା ଅଭିଯୋଗରେ ଜାହାନଜାଇବ ସାମି ଏବଂ ହିନା ବଶିର ବେଗଙ୍କୁ ମାର୍ଚ୍ଚରେ ଗିରଫ କରାଯାଇଥିଲା । ସେହିଭଳି ଏହି ଯୋଡି ସହ ଜଡିତ ଥିବା ଅଭିଯୋଗରେ ଅବଦୁଲ ବାସିଥ ନାମକ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ମାର୍ଚ୍ଚରେ ଗିରଫ କରାଯାଇଥିଲା । ପରେ ମାମଲା ଏନଆଇଏକୁ ହସ୍ତାନ୍ତର କରାଯାଇଥିଲା ।