ଓଡିଶା

odisha

ETV Bharat / bharat

ସରକାରୀ ହସପିଟାଲ ବାହାରେ ପ୍ରସବ କଲେ ମହିଳା - ସରକାରୀ ହସପିଟାଲ ବାହାରେ ପ୍ରସବ କଲେ ମହିଳା

ପଦାରେ ପଡିଲା ଚିକିତ୍ସା ବିଭାଗର ଉଦାସୀନତା । ହସପିଟାଲ ବାହାରେ ପ୍ରସବ କଲେ ମହିଳା । ଘଟଣାର ତଦନ୍ତ ଓ ଦୋଷୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ହସପିଟାଲ ମୁଖ୍ୟ ଚିକିତ୍ସା ଅଧିକ୍ଷକ । ଅଧିକ ସୂଚନା ପାଇଁ ପଠନ୍ତୁ ...

Woman gave birth to a child on street outside govt hospital
ସରକାରୀ ହସପିଟାଲ ବାହାରେ ପ୍ରସବ କଲେ ମହିଳା

By

Published : Feb 29, 2020, 6:14 AM IST

ଲକ୍ଷ୍ନୌ: ପଦାରେ ପଡିଲା ଚିକିତ୍ସା ବିଭାଗର ପାରିବା ପଣିଆ । ସରକାରୀ ହସପିଟାଲ ବାହାରେ ପ୍ରସବ କଲେ ମହିଳା । ହସପିଟାଲରେ ଡାକ୍ତର ଭର୍ତ୍ତି ପାଇଁ ମନା କରିବା ପରେ ରାସ୍ତା କଡରେ କଲେ ପ୍ରସବ । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ବହରାଇଚରେ । ଏନେଇ ଚର୍ଚ୍ଚାରେ ଜୋର ଧରିବା ପରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ମେଡିକାଲ ସୁପରଟେଣ୍ଡଣ୍ଟ ।

ବହରାଇଚର ଅଞ୍ଚଳର ଏକ ମହିଳା ପ୍ରସବ ବେଦନା ସହି ନପାରି ନିକଟସ୍ଥ ଲୋହିହା ସରକାରୀ ହସପିଟାଲରେ ଭର୍ତ୍ତି ହେବା ପାଇଁ ଯାଇଥିଲେ । ହେଲେ ସେଠାରେ ବେଡ ଖାଲି ନଥିବାରୁ ଭର୍ତ୍ତି ପାଇଁ ମନା କରିଦେଇଥିଲେ ଡାକ୍ତର । ଏଥିରେ ଉପାୟ ଶୂନ୍ୟ ହୋଇ ବାଧ୍ୟ ହୋଇ ରାସ୍ତା କଡରେ ପ୍ରସବ କଲେ ମହିଳା ।

ଉତ୍ତରପ୍ରଦେଶରେ ଚିକିତ୍ସା ବିଭାଗର ଉଦାସୀନତାର କିଛି ନୂଆ କଥା ନୁହଁ । 2019 ବି ରାଜଧାନୀ ଲକ୍ଷ୍ନୌରେ ବି ସମାନ ଘଟଣା ନଜରକୁ ଆସିଥିଲା । ରାମ ମନୋହର ଲୋହିଆ ସରକାରୀ ହସପିଟାଲରେ ମହିଳାଙ୍କୁ ଭର୍ତ୍ତି କରିବାକୁ ମନା କରିଦେବାରୁ ରାସ୍ତା କଡରେ ପ୍ରସବ କରିଥିଲେ ମହିଳା ।

ବାରମ୍ବାର ଚିକିତ୍ସା ବିଭାଗର ଉଦାସନୀନତା ପଦାରେ ପଡୁଥିବା ବେଳେ ଘଟିଥିବା ଏଭଳି ଘଟଣାର ତଦନ୍ତ ଓ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ପାଇଁ ନିର୍ଦ୍ଦେଶ ଦେଲେ ହସପିଟାଲ ଚିଫ ମୁଖ୍ୟ ଚିକିତ୍ସାଅଧିକ୍ଷକ ଡି.କେ ସିଂ ।

@ANI

For All Latest Updates

TAGGED:

AA

ABOUT THE AUTHOR

...view details