ପାଟନା: ବନ୍ୟାରେ ଜଳମଗ୍ନ ସାରା ବିହାର । ରାଜ୍ୟର ଅନେକ ଅଞ୍ଚଳରେ ଏବେ ବି ଭରି ରହିଛି ପାଣି । ମୋତିହାରିରରେ ବନ୍ୟାଞ୍ଚଳରୁ ଜଣେ ଗର୍ଭବତୀଙ୍କୁ ଉଦ୍ଧାର କରିବା ସମୟରେ ସେ ଏନଡିଆରଏଫ ରେସ୍କ୍ୟୁ ବୋଟରେ କରିଛନ୍ତି ପ୍ରସବ ।
ରେସ୍କ୍ୟୁ ବୋଟରେ ପ୍ରସବ କଲେ ମହିଳା - woman delivers baby on ndrf rescue boat
ରେସ୍କ୍ୟୁ ବୋଟରେ ପ୍ରସବ କଲେ ମହିଳା । ବିହାର ମୋତିହାରୀରେ ଦେଖିବାକୁ ମିଳିଛି ଏହି ଘଟଣା । ବିହାର ବନ୍ୟାରେ ଜଳମଗ୍ନ ଥିବାବେଳେ ଏନଡିଆରଏଫ କର୍ମୀ ଖବର ପାଇ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେବା ବାଟରେ ହିଁ ବୋଟରେ ପ୍ରସବ କରିଛନ୍ତି ମହିଳା ।

ଫଟୋ ସୌଜନ୍ୟ : ଇଟିଭି ଭାରତ
ମୋତିହାରୀ ଗୋବରୀ ଗାଁର ସବିରା ଖାତୁନଙ୍କର ହଠାତ ପ୍ରସବପୀଡା ହୋଇଥିଲା । ତେବେ ପରିବାର ଲୋକ ତାଙ୍କୁ ସ୍ଥାନୀୟ ଡାକ୍ତରଖାନା ନେବାକୁ ଚେଷ୍ଟା କରୁଥିଲେ । ତେବେ ଘଟଣା ସଂପର୍କରେ ସୂଚନା ପାଇଥିଲେ ଉଦ୍ଧାର କାର୍ଯ୍ୟରେ ଥିବା ଏନଡିଆରଏଫ ଟିମ ।
ସଙ୍ଗେ ସଙ୍ଗେ ରେସ୍କ୍ୟୁ ବୋଟ ସହ ଆଶାକର୍ମୀଙ୍କୁ ନେଇ ଗର୍ଭବତୀଙ୍କ ଘର ନିକଟରେ ପହଞ୍ଚି ତାଙ୍କୁ ଆଣିଥିଲେ । ହେଲେ ଅଧାବାଟରେ ତାଙ୍କର ପ୍ରସବ ଯନ୍ତ୍ରଣା ବଢିବାରେ ଲାଗିଥିଲା । ଫଳରେ ସେ ବୋଟରେ ହିଁ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ମା ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି ।