ମୁମ୍ବାଇ : ଥାନେ ରେଳ ଷ୍ଟେସନରେ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି ଜଣେ ମହିଳା । ଶନିବାର ସଂଧ୍ୟାରେ ମହିଳା ଜଣକ କୁର୍ଲା ଯାତ୍ରା କରୁଥିବା ବେଳେ ହଠାତ ତାଙ୍କର ପ୍ରବଳ ପ୍ରସବ ଯନ୍ତ୍ରଣା ହୋଇଥିଲା । ଫଳରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନା ନେବା ସମ୍ଭବ ନଥିଲା । ତେଣୁ ରେଳ ଷ୍ଟେସନରେ ହିଁ ସେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ ।
ଏକ ଟଙ୍କା ଖର୍ଚ୍ଚରେ ଜନ୍ମ ନେଲା ଶିଶୁପୁତ୍ର - baby boy
ଥାନେ ରେଳ ଷ୍ଟେସନରେ ଶିଶୁପୁତ୍ରକୁ ଜନ୍ମ ଦେଲେ ମହିଳା । ଅମ୍ବିଭାଲିରୁ କୁର୍ଲା ଯାତ୍ରା କରୁଥିବା ବେଳେ ହଠାତ ଆରମ୍ଭ ହୋଇଥିଲା ପ୍ରସବ ଯନ୍ତ୍ରଣା। ତେଣୁ ମହିଳା ସୁରକ୍ଷାକର୍ମୀଙ୍କ ସହଯୋଗରେ ରେଳ ଷ୍ଟେସନରେ ଥିବା ୱାନ ରୁପି କ୍ଲିନିକକୁ ନିଆଯାଇଥିଲା ।
ଡିଜାଇନ ଫଟୋ
ସୂଚନା ଅନୁସାରେ ଶିଶୁ ପୁତ୍ର ଜନ୍ମ ଦେଇଥିବା ମହିଳା ଜଣକ ହେଲେ ଇସରାତ ଶେଖ । ସେ ଅମ୍ବିଭାଲିରୁ କୁର୍ଲା ଯାତ୍ରା କରୁଥିଲେ । ହଠାତ ତାଙ୍କର ଯନ୍ତ୍ରଣା ହେବାରୁ ଆରପିଏଫର ମହିଳା କର୍ମୀମାନେ ତାଙ୍କୁ ଷ୍ଟେସନରେ ଥିବା ୱାନ ରୁପି(ଟଙ୍କିକିଆ) କ୍ଲିନିକକୁ ନେଇଥିଲେ। ସେଠାରେ ସେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ।
ବର୍ତ୍ତମାନ ଉଭୟ ମା' ଏବଂ ଶିଶୁ ସୁସ୍ଥ ଥିବା କହିଛନ୍ତି କ୍ଲିନିକର ସିଇଓ ରାହୁଲ ଘୁଲେ। ବିଭିନ୍ନ ରେଳ ଷ୍ଟେସନରେ ଯାତ୍ରୀଙ୍କ ସୁବିଧା ପାଇଁ କ୍ଲିନିକ ଖୋଲିବାର ସୁଯୋଗ ଦେଇଥିବାରୁ ମୁଁ ରେଳ ବିଭାଗକୁ ଧନ୍ୟବାଦ ଦେଉଛି ବୋଲି କହିଛନ୍ତି ରାହୁଲ ।