ଓଡିଶା

odisha

ETV Bharat / bharat

ମଟନ କମ ଦେବାରୁ ସ୍ତ୍ରୀକୁ ଜାଳିଦେଲା ସ୍ବାମୀ - ଛେଳି ମାଂସ କମ ଦେବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ମହାରାଷ୍ଟ୍ରର ଥାନେ ଅଞ୍ଚଳର ପାନଭେଲରେ ଅଭାବନୀୟ ଘଟଣା । ମଟନ ତରକାରୀ କମ ଦେବାକୁ ସ୍ତ୍ରୀକୁ ଜାଳିଦେଲା ସ୍ବାମୀ । ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇଁ  ଅଭିଯୁ୍କ୍ତ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Woman burnt alive
ମଟନ ତରକାରୀ କମ ଦେବାରୁ ସ୍ତ୍ରୀକୁ ଜାଳିଦେଲା ସ୍ବାମୀ

By

Published : Dec 17, 2019, 1:39 PM IST

ମୁମ୍ବାଇ: ମଟନ ତରକାରୀ ପାଇଁ ସ୍ତ୍ରୀର ଗଲା ଜୀବନ । ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ଘଟିଛି ଏପରି ଅଭାବନୀୟ ଘଟଣା । ସ୍ବାମୀକୁ ଆବଶ୍ୟକୀୟ ଛେଳି ମାଂସ ତରକାରୀ ନପରଷିବାରୁ ସ୍ତ୍ରୀକୁ କିରୋସିନ ଢାଲି ନିଆଁ ଲଗାଇ ହତ୍ୟା କରିଛି ସ୍ବାମୀ । 10 ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶେଷରେ ମଙ୍ଗଳବାର ପୀଡିତାଙ୍କର ମୃତ୍ୟୁ ଘଟିଛି ।


ସୂଚନା ଅନୁସାରେ ଥାନେ ଅଞ୍ଚଳର ପାନଭେଲରେ ବାସ କରୁଥିଲେ ଜଣେ ଦମ୍ପତ୍ତି । ସେମାନଙ୍କର ଗୋଟିଏ ପୁଅ । 10 ଦିନ ପୂର୍ବେ ଛେଳି ମାଂସ ଖାଇବେ ବୋଲି ସ୍ତ୍ରୀକୁ ରୋଷେଇ କରିବାକୁ କହିଲା ସ୍ବାମୀ । ଖାଇବା ବେଳେ ସ୍ତ୍ରୀ କମ ମଟନ ପରଷିଥିଲେ ବୋଲି ଉଭୟଙ୍କର ମଧ୍ୟରେ ଝଗଡା ହୋଇଥିଲା । ଏହି ସମୟରେ ସ୍ବାମୀ ରାଗି ଯାଇ ତା ସ୍ତ୍ରୀ ଉପରେ କିରୋସିନ ଢାଳି ନିଆଁ ଲଗାଇ ଜାଳିବାକୁ ଚେଷ୍ଟା କରିଥିଲା ।ପରେ 10 ଦିନ ଧରି ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇର ସିଅନସ୍ଥିତ ଲୋକମାନ୍ୟ ତୈଲକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଆଜି ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇଁ ଅଭିଯୁ୍କ୍ତ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ABOUT THE AUTHOR

...view details