ଓଡିଶା

odisha

ETV Bharat / bharat

ସ୍ବାସ୍ଥ୍ୟସେବା ସୃଦୃଢ କରିବାକୁ ଆନ୍ଧ୍ରପ୍ରଦେଶ ସରକାର ନିୟୋଜିତ କଲେ 1350 ରୁ ଉର୍ଦ୍ଧ୍ବ ଆମ୍ବୁଲାନ୍ସ - ambulances

ଦେଶରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣ ସଂଖ୍ୟାରେ ସର୍ବାଧିକ ପ୍ରଭାବିତ ରାଜ୍ୟ ମଧ୍ୟରେ ଏବେ ଦ୍ବିତୀୟ ସ୍ଥାନରେ ଆନ୍ଧ୍ରପ୍ରଦେଶ ରହିଛି । ଯେଉଁଠି ସ୍ବାସ୍ଥ୍ୟ ସେବାକୁ ଆହୁରି ମଜବୁତ କରିବା ପାଇଁ ସରକାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

ସ୍ବାସ୍ଥ୍ୟା ସେବାକୁ ସୃଦୃଢ କରିବାକୁ ଆନ୍ଧ୍ରପ୍ରଦେଶ ସରକାର ନିୟୋଜିତ କଲେ 1350 ରୁ ଉର୍ଦ୍ଧ୍ବ ଆମ୍ବୁଲାନ୍ସ
ସ୍ବାସ୍ଥ୍ୟା ସେବାକୁ ସୃଦୃଢ କରିବାକୁ ଆନ୍ଧ୍ରପ୍ରଦେଶ ସରକାର ନିୟୋଜିତ କଲେ 1350 ରୁ ଉର୍ଦ୍ଧ୍ବ ଆମ୍ବୁଲାନ୍ସ

By

Published : Sep 1, 2020, 5:51 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶରେ କୋଭିଡ-19 ମାମଲାରେ ବ୍ୟାପକ ବୃଦ୍ଧି ପାଇ ଏବେ ଦେଶର ସର୍ବାଧିକ ସଂକ୍ରମଣ ରାଜ୍ୟ ଭାବେ 2ୟ ସ୍ଥାନରେ ଅଛି । ଯାହାକୁ ନେଇ ରାଜ୍ୟର ସ୍ବାସ୍ଥ୍ୟବ୍ୟବସ୍ଥାକୁ ସୃଦୃଢ କରିବାକୁ ସରକାର ସମସ୍ତ 13ଟି ଜିଲ୍ଲାରେ 1350 ରୁ ଅଧିକ ଆମ୍ବୁଲାନ୍ସ ନିୟୋଜିତ କରିଛନ୍ତି ।

ଏହି ଆମ୍ବୁଲାନ୍ସଗୁଡିକ କୋଭିଡ ରୋଗୀଙ୍କୁ ଗୋଟିଏ ଡାକ୍ତରଖାନାରୁ ଅନ୍ୟ ଡାକ୍ତରଖାନାକୁ କିମ୍ବା ସେମାନଙ୍କ ଘରୁ ଡାକ୍ତରଖାନା କିମ୍ବା କୋଭିଡ କେୟାର ସେଣ୍ଟରକୁ ପରିବହନ ପାଇଁ ବ୍ୟବହୃତ ହେବ ବୋଲି ଅଧିକାରୀମାନେ ମଙ୍ଗଳବାର କହିଛନ୍ତି। ଅଧିକାରୀ ମାନେ କହିଛନ୍ତିଯେ, ଜିଲ୍ଲାପାଳ ପ୍ରତ୍ୟେକ ମଣ୍ଡଳରେ ଅତି କମରେ ଦୁଇଟି ଅତିରିକ୍ତ ଆମ୍ବୁଲାନ୍ସ କୁ ଭଡାରେ ଆଣି ନିଯୁକ୍ତି କରିବେ।

କାର୍ଯ୍ୟଭାର ଉପରେ ନିର୍ଭର କରି ଜିଲ୍ଲାପାଳଙ୍କୁ ଆବଶ୍ୟକ ଅନୁଯାୟୀ ନିଯୁକ୍ତି କରିବାକୁ ଅନୁମତି ଦିଆଯାଇଛି। କେତେକ ନିର୍ଦ୍ଦିଷ୍ଟ ଆଦେଶରେ, ନାଗରିକମାନଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ 5-6 ଅତିରିକ୍ତ ଆମ୍ବୁଲାନ୍ସ ମଧ୍ୟ ନିୟୋଜିତ କରାଯାଇଛି। ଏହି ଆମ୍ବୁଲାନ୍ସ କର୍ତ୍ତୃପକ୍ଷଙ୍କୁ ନିକଟରେ ପ୍ରବର୍ତ୍ତିତ 'ରେଫରାଲ ସିଷ୍ଟମ' କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରିବ ଯେଉଁଥିରେ ଡାକ୍ତରଖାନା ରୋଗୀଙ୍କୁ ରେଫର କରିବାକୁ ପଡିବ। ସୁଗମ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ମଣ୍ଡପରେ ଏକ କଲ ସେଣ୍ଟର ପ୍ରତିଷ୍ଠା କରାଯାଇଛି । ସ୍ଥାନୀୟ ସ୍ୱାସ୍ଥ୍ୟ କର୍ମୀ, ଡାକ୍ତର ଏବଂ ଡାକ୍ତରଖାନାକୁ କଲସେଣ୍ଟର ନମ୍ବର ଦିଆଯାଇଛି ଯାହା ଦ୍ବାରା ସେମାନେ ଆମ୍ବୁଲାନ୍ସ ପାଇଁ କଲ କରିପାରିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details