ନୂଆଦିଲ୍ଲୀ: ଦେଶରେ ବେକାବୁ କୋରୋନା । ଗୋଟିଏ ଦିନରେ 90, 633 ଜଣ କୋରୋନାରେ ସଂକ୍ରମିତ ହୋଇଛନ୍ତି । ପ୍ରଥମ ଥର ଦେଶରେ ଏତେ ସଂଖ୍ୟକ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି । ଫଳରେ ଦେଶରେ କୋରୋନା ଆକ୍ରାନ୍ତ 41 ଲକ୍ଷ ପାର କରିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ଦେଶରେ ରେକର୍ଡ ଭାଙ୍ଗିଲା କୋରୋନା, ଗୋଟିଏ ଦିନରେ 90 ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ - india corona update
ଦେଶରେ ସଂକ୍ରମଣ ମାମଲାରେ ବଢି ଚାଲିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧାରେ ଦେଶରେ 41, 13, 812 କୋରୋନା ସଂକ୍ରମିତଙ୍କ ମଧ୍ୟରୁ 8, 62, 320 ସକ୍ରିୟ ମାମଲା ରହିଛି । 31, 80, 866 ଜଣ ସୁସ୍ଥ ହୋଇସାରିଛନ୍ତି । ସେହିପରି ଗତ 24 ଘଣ୍ଟାରେ 1,065ଜଣଙ୍କ କୋରୋନାରେ ଜୀବନ ନେବା ପରେ ମୋଟ ମୃତ୍ୟୁସଂଖ୍ୟା 70,626 ପହଞ୍ଚିଛି ।
ସୂଚନାଯୋଗ୍ୟ, ଶନିବାର ଦେଶରେ ପ୍ରଥମଥର 86, 432 କୋରୋନା ଚିହ୍ନଟ ହୋଇଥିବାବେଳେ ଏହାର ରେକର୍ଡ ଆଜି ପୁଣି ଭାଙ୍ଗିଛି । ବିଶ୍ବରେ ସର୍ବାଧିକ ପ୍ରଭାବିତ ତାଲିକା ମଧ୍ୟରେ ଭାରତ ଏବେ ଦ୍ବିତୀୟ ସ୍ଥାନରେ ପହଞ୍ଚିଛି । ପୂର୍ବରୁ ଭାରତ ତୃତୀୟ ସ୍ଥାନରେ ଥିବାବେଳେ ଆଜି ଏହି ସଂଖ୍ୟାଧିକ ମାମଲା ରିପୋର୍ଟରେ ବ୍ରାଜିଲକୁ ପଛରେ ପକାଇଛି ।