ଓଡିଶା

odisha

ETV Bharat / bharat

କମୁଛି ବାୟୁ ଗୁଣବତ୍ତା, ବଢୁଛନ୍ତି ଶ୍ବାସରୋଗୀ - ଦିଲ୍ଲୀ ପାଣିପାଗ

ବାୟୁର ଗୁଣବତ୍ତାରେ ହ୍ରାସ ପାଇବା କାରଣରୁ ଦିଲ୍ଲୀରେ ବାୟୁପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଆସ୍ଥମା ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଧିକ ପଢନ୍ତୁ...

କମୁଛି ବାୟୁ ଗୁଣବତ୍ତା, ବଢୁଛନ୍ତି ଆସ୍ଥମା ରୋଗୀ
କମୁଛି ବାୟୁ ଗୁଣବତ୍ତା, ବଢୁଛନ୍ତି ଆସ୍ଥମା ରୋଗୀ

By

Published : Oct 19, 2020, 10:09 AM IST

ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଗତ 10 ଦିନ ଧରି କ୍ରୋନିକ ଅବଷ୍ଟ୍ରକ୍ଟିଭ ପଲମୋନରୀ ରୋଗ (ସିଓପିଡି) କିମ୍ବା ଆସ୍ଥମା ରୋଗୀଙ୍କ ସଂଖ୍ୟାରେ ପ୍ରାୟ 15 ପ୍ରତିଶତ ବୃଦ୍ଧି ଘଟିଥିବାର ଦେଖାଯାଇଛି। କାରଣ ରାଜଧାନୀ ଦିଲ୍ଲୀରେ ବାୟୁପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଆଉ ବାୟୁ ଗୁଣବତ୍ତାରେ ହ୍ରାସ ଘଟୁଛି। ଯାହାଫଳରେ ଏପରି ଅସୁବିଧା ଦେଖିବାକୁ ମିଳୁଛି।

"ଆମେ ଗତ 10 ଦିନ ମଧ୍ୟରେ COPD / ଆସ୍ଥମା ରୋଗୀଙ୍କ ସଂଖ୍ୟା 15% ବୃଦ୍ଧି ପାଇଥିବାର ଦେଖୁଛୁ। PM 2.5 ସ୍ତରର ବୃଦ୍ଧି ଫୁସଫୁସ ସ୍ବାସ୍ଥ୍ୟରେ ବଢୁଥିବା ସମସ୍ୟା ସହ ସ୍ପଷ୍ଟ ଭାବରେ ଜଡିତ। ଖାଲି ଏହି ରୋଗ ନୁହଁ ଅନ୍ୟାନ୍ୟ ପ୍ରଦୂଷଣ ସମ୍ବନ୍ଧୀୟ ଫୁସଫୁସ ରୋଗ ମଧ୍ୟ ବଢିବାରେ ଲାଗିଛି ବୋଲି ପାରସ ହସ୍ପିଟାଲର ମୁଖ୍ୟ ଡାକ୍ତର ଅରୁଣେଶ କୁମାର କହିଛନ୍ତି। ଶୀତ ଦିନ ପାଖେଇ ଆସୁଥିବାରୁ ଏବଂ ଥଣ୍ଡା ପାଗରେ SARS-COV2 ପ୍ରସାରଣ କ୍ଷମତା ବୃଦ୍ଧି ହେତୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଲୋକଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି କାରଣ ତାପମାତ୍ରା ହ୍ରାସ ହେବା ସହ ପ୍ରଦୂଷଣ ସ୍ତର ବଢିବାରେ ଲାଗିଛି।

ଡାକ୍ତର ଆହୁରି କହିଛନ୍ତି "ଆସ୍ଥମା, ସିଓପିଡି ପରି ଅଧିକାଂଶ କ୍ରନିକ ଶ୍ବାସକ୍ରିୟା ରୋଗ ନିମ୍ନ ତାପମାତ୍ରା ଏବଂ ପ୍ରଦୂଷଣର ବୃଦ୍ଧି ସହିତ ଖରାପ ହେବାକୁ ଲାଗେ। ଶୀତ ଆରମ୍ଭରୁ କାଶ ଏବଂ ନିଃଶ୍ବାସ ପ୍ରଶ୍ବାସରେ ଅସୁବିଧା ଭଳି ଲକ୍ଷଣ ରୋଗୀମାନଙ୍କ ଠାରେ ଦେଖିବାକୁ ମିଳିଥାଏ। ଏଥିରୁ ବର୍ତ୍ତିବାର ଉପାୟ ହେଉଛି ଚିକିତ୍ସାର ଅନୁପାଳନ ଏବଂ ପ୍ରଦୂଷଣରୁ ଦୂରେଇ ରହିବା''। କୋରୋନା ସ୍ଥିତିକୁ ନଜରରେ ରଖି ମାସ୍କ ପିନ୍ଧିବା ଦ୍ବାରା କୋରୋନା ଭାଇରସ ରୁ ବଞ୍ଚିବା ଓ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ବିଶେଷଜ୍ଞମାନେ ମଧ୍ୟ ମତ ରଖିଛନ୍ତି ।

ଏଥିସହ ଡିଜେଲ ଜେନେରେଟର ବ୍ୟବହାର ଉପରେ ନିଷେଧାଦେଶ, ଶିଳ୍ପ ତଥା ସ୍ଥାନୀୟ ପ୍ରଦୂଷକ ଉପରେ ପ୍ରତିବନ୍ଧକ ଲଗାଇବା, ବାୟୁ ପ୍ରଦୂଷଣ ସୂଚକାଙ୍କରେ ଥିବା ଅବନତିକୁ ରୋକିବା ପାଇଁ 50 ଟି ଟିମ ନିୟୋଜିତ କରିବା ଭଳି ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details