ଓଡିଶା

odisha

ETV Bharat / bharat

ଚୀନ ବିରୋଧରେ ସେନା ସହ ମିଶି ରଣନୀତି ପ୍ରସ୍ତୁତ କରିବେ ସରକାର - top indian political military leaders to discuss way forward-in ladakh

ପୂର୍ବ ଲଦାଖର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ବରିଷ୍ଠ ରାଜନୈତିକ ନେତୃତ୍ବ ସାମରିକ ନେତାଙ୍କ ସହ ରଣନୀତି ଉପରେ ଆଲୋଚନା କରିବେ ବୋଲି ସରକାରୀ ସୂତ୍ରରୁ ପ୍ରକାଶ ପାଇଛି । ଡେପସାଙ୍ଗ, ଫିଙ୍ଗର ଅଞ୍ଚଳ ଏବଂ ଗୋଗ୍ରାର ସାମ୍ପ୍ରତିକ ପରିସ୍ଥିତି ସହ କିପରି ମୁକାବିଲା ହୋଇପାରିବ ସେନେଇ ଆଲୋଚନା ହୋଇପାରେ ବୋଲି ସେ କହିଛନ୍ତି।

ଚୀନ ବିରୋଧରେ  ଆଗାମି ପଦକ୍ଷେପକୁ ନେଇ ସେନା ସହ ମିଶି ରଣନୀତି ପ୍ରସ୍ତୁତ କରିବେ ସରକାର
ଚୀନ ବିରୋଧରେ ଆଗାମି ପଦକ୍ଷେପକୁ ନେଇ ସେନା ସହ ମିଶି ରଣନୀତି ପ୍ରସ୍ତୁତ କରିବେ ସରକାର

By

Published : Aug 17, 2020, 5:07 PM IST

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦକୁ ନେଇ ଅନେକ ରାଉଣ୍ଡର ଆଲୋଚନା ସତ୍ତ୍ବେ ଚୀନ ଫିଙ୍ଗର, ଡେପସାଙ୍ଗ ଏବଂ ଗୋଗ୍ରା ଅଞ୍ଚଳରେ ସୈନ୍ୟ ହଟାଇବାକୁ ପ୍ରସ୍ତୁତ ନୁହେଁ। ତେବେ ଏହାକୁ ନେଇ ଦେଶର ସର୍ବୋଚ୍ଚ ରାଜନୈତିକ ଏବଂ ସାମରିକ ନେତୃତ୍ବ ସୋମବାର ଆଗାମୀ ପଦକ୍ଷେପ ଉପରେ ବିଚାର କରିବେ ବୋଲି ଜଣାପଡିଛି । ଚୀନ ସୈନ୍ୟମାନେ ତିନି ମାସ ଧରି ଫିଙ୍ଗର ଅଞ୍ଚଳରେ ରହିଛନ୍ତି । ବର୍ତ୍ତମାନ ସେମାନେ ସେଠାରେ ନିଜ ଆଧିପତ୍ୟ ବିସ୍ତାର ପାଇଁ ବଙ୍କର ଇତ୍ୟାଦି ନିର୍ମାଣ କରୁଛନ୍ତି ।

ତେବେ ପୂର୍ବ ଲଦାଖର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ବରିଷ୍ଠ ରାଜନୈତିକ ନେତୃତ୍ବ ସାମରିକ ନେତାଙ୍କ ସହ ରଣନୀତି ଉପରେ ଆଲୋଚନା କରିବେ ବୋଲି ସରକାରୀ ସୂତ୍ରରୁ ପ୍ରକାଶ ପାଇଛି । ଡେପସାଙ୍ଗ, ଫିଙ୍ଗର ଅଞ୍ଚଳ ଏବଂ ଗୋଗ୍ରାର ସାମ୍ପ୍ରତିକ ପରିସ୍ଥିତି ସହ କିପରି ମୁକାବିଲା ହୋଇପାରିବ ସେନେଇ ଆଲୋଚନା ହୋଇପାରେ ବୋଲି ସେ କହିଛନ୍ତି। ଏହି ଅଞ୍ଚଳରେ ଚୀନ ସୈନ୍ୟମାନେ ପଛକୁ ନହଟିବାକୁ ଜିଦ୍ ଧରିଛନ୍ତି ଏବଂ ଭାରତୀୟ ସୈନିକଙ୍କ ସହିତ ତିକ୍ତ ପରିସ୍ଥିତି ସୃଷ୍ଟି କରୁଛନ୍ତି।

ଭାରତ ଏବଂ ଚୀନର ମେଜର ଜେନେରାଲ ସ୍ତରୀୟ ବୈଠକର ସପ୍ତାହକ ପରେ ବରିଷ୍ଠ ନେତାଙ୍କ ମଧ୍ୟରେ ଏହି ଆଲୋଚନା ଅନୁଷ୍ଠିତ ହେଉଛି। ଭାରତ ଏବଂ ଚୀନର ମେଜର ଜେନେରାଲ ସ୍ତରୀୟ ବୈଠକ ସମୟରେ ଭାରତୀୟ ଦଳ ଚୀନକୁ ପାଟ୍ରୋଲିଂ ପଏଣ୍ଟ 10,11,12 ଏବଂ 13 ରେ ଭାରତୀୟ ଦଳର ପାଟ୍ରୋଲିଂରେ ବାଧା ସୃଷ୍ଟି କରିବାର ଉଦ୍ୟମ ବନ୍ଦ କରିବାକୁ କହିଥିଲେ। ସେପଟେ ଭାରତ ଡିବିଓ ଏବଂ ପୂର୍ବ ଲଦାଖ ସେକ୍ଟରରେ ସୈନ୍ୟ ସଂଖ୍ୟା କମ କରିବାକୁ ଚୀନ ଦାବି କରିଛି । ତେବେ ଚୀନ ପଦକ୍ଷେପକୁ ଦୃଷ୍ଟିରେ ରଖି ଭାରତ ଏଭଳି ନିଷ୍ପତ୍ତି ନେଇଛି ବୋଲି ଭାରତ ସ୍ପଷ୍ଟ କରିଛି।

ଚୀନ ଡିବିଓ ସେକ୍ଟର ପଛରେ ବହୁ ସଂଖ୍ୟକ ସୈନ୍ୟ ସହିତ ଲମ୍ବା ରେଞ୍ଜର ତୋପ ଏବଂ ସଶସ୍ତ୍ର ଯାନ ନିୟୋଜିତ କରିଛି । ଚୀନର କୌଣସି ଦୁଃସାହସିକତାକୁ ରୋକିବା ପାଇଁ ଭାରତ ମଧ୍ୟ ଏହାର ପ୍ରତିରକ୍ଷା ଲାଇନକୁ ମଜବୁତ କରିଛି।

ସୂଚନାଯୋଗ୍ୟ ଯେ, ଜୁନ 15 ରେ, ଗଲୱାନ ଉପତ୍ୟକାରେ ଭାରତ ଏବଂ ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଯେଉଁଥିରେ 20 ଜଣ ଭାରତୀୟ ସୈନିକ ଶହୀଦ ହୋଇଥିଲେ।

ABOUT THE AUTHOR

...view details