ଓଡିଶା

odisha

ଉଦାହରଣ ସୃଷ୍ଟି କଲା ଆରୋଗ୍ୟ ସେତୁ ଆପ୍, ପ୍ରଶଂସା କଲା ବିଶ୍ବବ୍ୟାଙ୍କ

By

Published : Apr 13, 2020, 11:28 AM IST

ପ୍ରଶଂସା ସାଉଁଟୁଛି ଆରୋଗ୍ୟ ସେତୁ ଆପ୍। ବର୍ତ୍ତମାନ ଘଡିସନ୍ଧି ମୁହୁର୍ତ୍ତରେ ଭାଇରସକୁ ଟ୍ରାକ କରିବା ପାଇଁ କେନ୍ଦ୍ର ସରକାରଙ୍କ ଏହି ପ୍ରୟାସକୁ ବିଶ୍ବ ବ୍ୟାଙ୍କ୍ ପ୍ରଶଂସା କରିଛି।

Aarogya Setu app
ଉଦାହରଣ ସୃଷ୍ଟି କଲା ଆରୋଗ୍ୟ ସେତୁ ଆପ୍, ପ୍ରଶଂସା କଲା ବିଶ୍ବବ୍ୟାଙ୍କ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏଭଳି ଏକ ଘଡିସନ୍ଧି ମୁହୁର୍ତ୍ତରେ ଭାଇରସକୁ ଟ୍ରାକ କରିବା ପାଇଁ କେନ୍ଦ୍ର ସରକାର ଏକ ଆପ୍ ଲଞ୍ଚ କରିଛନ୍ତି। ଯାହାର ନାମ ହେଉଛି ଆରୋଗ୍ୟ ସେତୁ ଆପ୍। ତେବେ ଏହି ଆପ୍ ଅନ୍ୟ ଦେଶ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ବୋଲି ବିଶ୍ବବ୍ୟାଙ୍କ ପ୍ରଶଂସା କରି କହିଛି।

ଉଦାହରଣ ସୃଷ୍ଟି କଲା ଆରୋଗ୍ୟ ସେତୁ ଆପ୍, ପ୍ରଶଂସା କଲା ବିଶ୍ବବ୍ୟାଙ୍କ

ତେବେ ଏହି ଆପ ସହ ଜଡିତ ଥିବା ବିଶେଷଜ୍ଞ ମାନେ କୋଭିଡ୍ 19 ମହାମାରୀ ସମ୍ବନ୍ଧରେ ସମ୍ପୂର୍ଣ୍ଣ ତଥ୍ୟା ପ୍ରକାଶ କରୁଥିବା ଏହାର ବିସ୍ତାରକୁ କମାଇବାକୁ ପ୍ରଚେଷ୍ଠା ଜାରି ରଖିଛନ୍ତି। ମୋବାଇଲ୍‍ ଆପ୍‍ ଆରୋଗ୍ୟ ସେତୁ କୁ ଇତିମଧ୍ୟରେ ୧କୋଟିରୁ ଅଧିକ ଲୋକ ଡାଉନ୍‍ଲୋଡ୍‍ କରିସାରିଛନ୍ତି। ପ୍ରତ୍ୟେକ ଭାରତୀୟଙ୍କର ସ୍ୱାସ୍ଥ୍ୟ ଓ ନିରାପତ୍ତାକୁ ନିଶ୍ଚିତ କରିବା ପାଇଁ ଆରୋଗ୍ୟ ସେତୁ ଡିଜିଟାଲ୍‍ ଇଣ୍ଡିଆ ସହ ସଂଯୋଗ ହୋଇଛି।

ଭାରତ ଏହି ମହାମାରୀର ଗତିପଥକୁ ରୋକିବାକୁ କୋଟି କୋଟି ଲୋକଙ୍କ ପାଇଁ ଏପରି ଏକ ଆପ୍ ନିର୍ମାଣ କରିଛି। ଏହାସହ ଆପଲ ଓ ଗୁଗଲ ମଧ୍ୟ ଏଥିରେ ସାମିଲ ହୋଇ ସହଯୋଗର ହାତ ବଢାଇଛନ୍ତି ବୋଲି ନୀତି ଆୟୋଗ ଅମିତାଭ କାନ୍ତ ଟ୍ବିଟରରେ ଆପଲ ସିଇଓ ଟିମ କୁକ୍ ଓ ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କୁ ଟ୍ୟାଗ କରି ଟ୍ବିଟ କରିଛନ୍ତି।

ABOUT THE AUTHOR

...view details