ନୂଆଦିଲ୍ଲୀ: ଭାରତରେ ଗତ 24 ଘଣ୍ଟା ମଧ୍ୟରେ 1718ଟି ନୂଆ କୋରୋନା ପଜିଟିଭ ଓ 67 ମୃତ୍ୟୁ ରେକର୍ଡ କରାଯାଇଛି । ଫଳରେ ଦେଶର ମୋଟ କୋରୋନା ପଜିଟିଭ ସଂଖ୍ୟା 33050କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା 1074ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଦେଶରେ 24 ଘଣ୍ଟା ମଧ୍ୟରେ 1718 ନୂଆ କୋରୋନା ପଜିଟିଭ ଓ 67 ମୃତ୍ୟୁ ରେକର୍ଡ - COVID19 positive cases in India rises
08:44 April 30
ଦେଶରେ 24 ଘଣ୍ଟା ମଧ୍ୟରେ 1718 ନୂଆ କୋରୋନା ପଜିଟିଭ ଓ 67 ମୃତ୍ୟୁ ରେକର୍ଡ
ମୋଟ 33050ମାମଲା ମଧ୍ୟରୁ 23651 ଜଣ ଚିକିତ୍ସିତ ହେଉଥିବା ବେଳେ 8325 ଜଣ ଡିସଚାର୍ଜ ହୋଇଥିବା ଜଣାପଡିଛି । ସେହିପରି ଦେଶରେ ଏପର୍ଯ୍ୟନ୍ତ 1074 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି ।
ମହାରାଷ୍ଟ୍ରରେ ସର୍ବାଧିକ 9915 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଥିବା ବେଳେ ଗୁଜୁରାଟରେ 4082, ଦିଲ୍ଲୀରେ 3439, ରାଜସ୍ଥାନରେ 2438, ଉତ୍ତରପ୍ରଦେଶରେ 2134, ତାମିଲନାଡୁରେ 2162, ଆନ୍ଧ୍ରପ୍ରଦେଶରେ 1332, ତେଲେଙ୍ଗାନା 1012, କର୍ଣ୍ଣାଟକରେ 535 ଓ କେରଳରେ 495 ରହିଛି ।
ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 432 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 197, ମଧ୍ୟପ୍ରଦେଶରେ 129, ଦିଲ୍ଲୀରେ 56, ତେଲେଙ୍ଗାନାରେ 26, ତାମିଲନାଡୁରେ 27, କର୍ଣ୍ଣାଟକରେ 21 ଓ ଆନ୍ଧ୍ରପ୍ରଦେଶରେ 31ଜଣଙ୍କର ମୃତ୍ୟୁ ହୋଇଛି ।