ବେଙ୍ଗାଲୁରୁ: ନିକଟରେ ପୁଣେ ଶ୍ରମ ଅଧିକାରୀଙ୍କ ପାଖରେ ଆଇଟି କମ୍ପାନୀ ୱିପ୍ରୋ ନାଁରେ ଆସିଥିଲା ସାଙ୍ଘାତିକ ଅଭିଯୋଗ । ଲକଡାଉନ ସମୟରେ କମ୍ପାନୀ ନିଜର 3000 କର୍ମଚାରୀଙ୍କୁ ବସାଇ ଦେଇଥିବା ଅଭିଯୋଗ ଆସିଥିଲା । ଯାହାର ଜବାବ ଦେଇ ଶୁକ୍ରବାର କମ୍ପାନୀ ଏହି ଅଭିଯୋଗକୁ ଖଣ୍ଡନ କରିଛି । ଏହି ପ୍ରସଙ୍ଗରେ ଇଟିଭି ଭାରତକୁ ସ୍ପଷ୍ଟୀକରଣ ଦେଇ କମ୍ପାନୀ କହିଛି କି ବର୍ତ୍ତମାନ ସମୟରେ କୌଣସି କର୍ମଚାରୀଙ୍କ ଦରମା କାଟ କିମ୍ବା ଚାକିରୀରୁ ବହିଷ୍କାର କରିବା ନେଇ କୌଣସି ଯୋଜନା ନାହିଁ ।
କର୍ମଚାରୀଙ୍କ ଦରମା କାଟ ପ୍ରସଙ୍ଗକୁ ଅସ୍ବୀକାର କଲା ‘ୱିପ୍ରୋ’ - ୱିପ୍ରୋରେ କର୍ମାଚାରୀଙ୍କ ଛଟେଇ
ନିକଟରେ ପୁଣେ ଶ୍ରମ ଅଧିକାରୀଙ୍କ ପାଖରେ ଆଇଟି କମ୍ପାନୀ ୱିପ୍ରୋ ନାଁରେ ଆସିଥିଲା ସାଙ୍ଘାତିକ ଅଭିଯୋଗ । ଲକଡାଉନ ସମୟରେ କମ୍ପାନୀ ନିଜର 3000 କର୍ମଚାରୀଙ୍କୁ ବସାଇ ଦେଇଥିବା ଅଭିଯୋଗ ଆସିଥିଲା । ଯାହାର ଜବାବ ଦେଇ ଶୁକ୍ରବାର କମ୍ପାନୀ ଏହି ଅଭିଯୋଗକୁ ଖଣ୍ଡନ କରିଛି ।
![କର୍ମଚାରୀଙ୍କ ଦରମା କାଟ ପ୍ରସଙ୍ଗକୁ ଅସ୍ବୀକାର କଲା ‘ୱିପ୍ରୋ’ Wipro, salary cut in wipro, retrenchment in wipro, labour department notice to wipro, ୱିପ୍ରୋରେ କର୍ମଚାରୀଙ୍କ ଦରମା କାଟ, ୱିପ୍ରୋରେ କର୍ମାଚାରୀଙ୍କ ଛଟେଇ, ୱିପ୍ରୋ, ୱିପ୍ରୋକୁ ଶ୍ରମ ବିଭାଗର ନୋଟିସ](https://etvbharatimages.akamaized.net/etvbharat/prod-images/768-512-7117363-340-7117363-1588951416413.jpg)
କର୍ମଚାରୀଙ୍କ ଦରମା କାଟ ପ୍ରସଙ୍ଗକୁ ଅସ୍ବୀକାର କଲା ‘ୱିପ୍ରୋ’
ୱିପ୍ରୋ ଏହା ମଧ୍ୟ କହିଛି କି କମ୍ପାନୀରେ କୌଣସି ପ୍ରୋଜେକ୍ଟରେ ରହିଥିବା କିମ୍ବା ପ୍ରୋଜେକ୍ଟର ଅପେକ୍ଷାରେ ରହିଥିବା କର୍ମଚାରୀଙ୍କ ଦରମା କାଟ ପ୍ରସଙ୍ଗ ସମ୍ପୂର୍ଣ୍ଣ ମିଛ । ସେହିପରି ଛଟେଇ ଖବରର ମଧ୍ୟ କୌଣସି ପ୍ରାସଙ୍ଗିକତା ନାହିଁ । ଏନେଇ ପୁଣେ ଶ୍ରମ ବିଭାଗ ପାଖରୁ କୌଣସି ନୋଟିସ କମ୍ପାନୀ ଏଯାଏଁ ପାଇ ନାହିଁ । ତେଣୁ ଆବଶ୍ୟକ ପଡିଲେ ଶ୍ରମ ବିଭାଗକୁ ସମସ୍ତ ଜରୁରୀ ତଥ୍ୟ ଦେଖାଇବା ପାଇଁ କମ୍ପାନୀ ପ୍ରସ୍ତୁତ ଅଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ