ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନରେ ଲୋକସଭାରେ ବିଭିନ୍ନ ପ୍ରସଙ୍ଗ ଉପରେ ଜୋରଦାର ବିତର୍କ ହୋଇଥିଲା । ଏହା ମଧ୍ୟରେ ମଥୁରା ମାଙ୍କଡଙ୍କ ସମସ୍ୟା କଥା ଉଠାଇଥିଲେ ମଥୁରା ସାଂସଦ ତଥା ଅଭିନେତ୍ରୀ ହେମାମାଳିନୀ । ଏହାସହ ଜନବସିତ ମୁହାଁ ମାଙ୍କଡ ଓ ସେମାନଙ୍କ ଦ୍ବାରା ଉତ୍ପନ୍ନ ବିଭିନ୍ନ ସମସ୍ୟାକୁ ଗମ୍ଭୀରତାର ସହ ବିଚାରକୁ ନେବା ପାଇଁ ସେ କହିଛନ୍ତି । ଏଥିସହ ସରକାରଙ୍କୁ ବାନରଙ୍କ ପାଇଁ ସଫାରୀ ଦାବି ଉପସ୍ଥାପନ କରିଛନ୍ତି ।
ଲୋକସଭାରେ ଗୁରୁବାର ହେମାମାଳିନୀ ମଥୁରାରେ ମାଙ୍କଡଙ୍କ ଉଗ୍ର ଉତ୍ପାତ କଥା ରଖିଛନ୍ତି । ଆଗରୁ ପର୍ଯ୍ୟାପ୍ତ ଜଙ୍ଗଲ ରହଥିଲା । ଏବେ ଜଙ୍ଗଲ କ୍ଷୟ ଫଳରେ ଜନବସତି ମୁହାଁ ହେଉଛନ୍ତି ବାନର ଦଳ । ଫଳରେ ଖାଦ୍ୟ ସନ୍ଧାନରେ ଲୋକଙ୍କ ଘରେ ପସିବା ଫଳରେ ନାନାଦି ଅଘଟଣ ଘଟୁଛି । ବୃନ୍ଦାବନ ଭଳି ତୀର୍ଥସ୍ଥଳୀରେ ଏବେ ଲୋକଙ୍କ ପାଇଁ ମାଙ୍କଡଙ୍କ ସବୁଠାରୁ ଅଧିକ ବିପଦ ସାଜିଛନ୍ତି ।