ଓଡିଶା

odisha

By

Published : Jan 4, 2020, 1:06 PM IST

Updated : Jan 4, 2020, 7:51 PM IST

ETV Bharat / bharat

'ଭାରତ ସୀମାରୁ ପାକିସ୍ତାନକୁ ହମଲା କରିପାରିବେ ଅଭିନନ୍ଦନ'

ବର୍ତ୍ତମାନ ସମୟରେ ପାକିସ୍ତାନ ଉପରେ ହମଲା କରିବାକୁ ହେଲେ ଡେଇଁବାକୁ ପଡିବନି ସୀମା । ଶତ୍ରୁଙ୍କୁ ହରାଇବା ପାଇଁ ଆମ ପାଖରେ ରହିଛି ଲଢୁଆ ବିମାନ ରାଫେଲ । ଅଧିକ ପଢନ୍ତୁ...

wing commander abhinandan
'ଭାରତ ସୀମାରୁ ପାକିସ୍ତାନକୁ ହମଲା କରିପାରିବେ ଅଭିନନ୍ଦନ'

ନୂଆଦିଲ୍ଲୀ: ଭାରତ ସୀମାରୁ ପାକିସ୍ତାନକୁ ହମଲା କରିପାରିବେ ୱିଙ୍ଗ କମାଣ୍ଡର ଅଭିନନ୍ଦନ । ପାକ୍‌ ଉପରକୁ ଆକ୍ରମଣ କରିବାକୁ ହେଲେ ଡେଇଁବାକୁ ପଡିବନି ସୀମା । କାରଣ ଆମ ପାଖରେ ରହିଛି ଯୁଦ୍ଧାସ୍ତ୍ର ରାଫେଲ ବିମାନ । ସିଏଏ ସମର୍ଥନ ରାଲିରେ କିଛି ଏଭଳି କହିଥିଲେ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା । ସେ ଏହି ରାଲିରେ ଦିବଙ୍ଗତ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କୁ ମନେ ପକାଇବା ସହ ରାଫେଲ ଆଣିବା ଦିଗରେ ତାଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।

ଜେପି ନଡ୍ଡାଙ୍କ କହିବାନୁସାରେ, "ପାରିକରଙ୍କ କାର୍ଯ୍ୟକାଳରେ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ 36ଟି ରାଫେଲ ମିଳିବା ନେଇ ଚୁକ୍ତି ହୋଇଛି । ଫଳରେ ଆକ୍ରମଣ କରିବାକୁ ହେଲେ ଲଢୁଆ ବିମାନ ରାଫେଲ ହିଁ କାର୍ଯ୍ୟ କରିବ ଏବଂ ଅଭିନନ୍ଦନଙ୍କୁ ପାକିସ୍ତାନ ଯିବାକୁ ପଡିବ ନାହିଁ, ସେ ଭାରତରୁ ହିଁ ପାକିସ୍ତାନକୁ ଆକ୍ରମଣ କରିପାରିବେ । ଗତ ଫେବୃୟାରୀ,2019ରେ ଭାରତ-ପାକିସ୍ତାନ ଯୁଦ୍ଧବିମାନ ମଝି ଆକାଶରେ ଛକାପଞ୍ଝା ପରେ ୱିଙ୍ଗ କମାଣ୍ଡର ପାକିସ୍ତାନରେ ପାଖାପାଖି 60 ଘଣ୍ଟା ଧରି ବନ୍ଦୀ ରହିଥିଲେ ।"

ସେ ଆହୁରି କହିଛନ୍ତି, ପୂର୍ବତନ ସରକାର ପ୍ରତିରକ୍ଷା କ୍ଷେତ୍ରରେ ବିଫଳ ରହିଛନ୍ତି । କିନ୍ତୁ ବର୍ତ୍ତମାନ ମୋଦି ସରକାରଙ୍କ ନେତୃତ୍ବରେ ଦେଶ ପ୍ରତିରକ୍ଷା କ୍ଷେତ୍ରରେ ବେଶ ଆଗେଇ ପାରିଛି । ଏହା ପରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Last Updated : Jan 4, 2020, 7:51 PM IST

ABOUT THE AUTHOR

...view details