ଓଡିଶା

odisha

ETV Bharat / bharat

ସୁରକ୍ଷିତ ଏବଂ ସମୃଦ୍ଧ ବିଶ୍ବର ସ୍ଥାପନା ପାଇଁ ଭାରତ ସହ କାମ କରିବାକୁ ଚାହୁଁଛୁ: ଆମେରିକା - ଆମେରିକା

ଭାରତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ରୂପରେ ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଭାରତକୁ ଶୁଭେଚ୍ଛା ଜଣାଇଛି ଆମେରିକା ।

ଆମେରିକା
ଆମେରିକା

By

Published : Jun 18, 2020, 3:23 PM IST

ନୂଆଦିଲ୍ଲୀ : ଭାରତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ରୂପରେ ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଭାରତକୁ ଶୁଭେଚ୍ଛା ଜଣାଇଛି ଆମେରିକା । ଭାରତ ସ୍ଥିତି ଆମେରିକୀୟ ରାଷ୍ଟ୍ରଦୂତ ଉଭୟ ଦେଶର ଜାତୀୟ ପତାକା ସହ ଶୁଭେଚ୍ଛା ସନ୍ଦେଶ ଟ୍ବିଟ କରି ଭାରତ ଏବଂ ଆମେରିକାର ବନ୍ଧୁତ୍ବର ପ୍ରତୀକକୁ ଦର୍ଶାଇଛନ୍ତି ।

ଭାରତ ସ୍ଥିତି ଆମେରିକୀୟ ରାଷ୍ଟ୍ରଦୂତ କେନ ଜଷ୍ଟର ନିଜ ଟ୍ବିଟରେ କହିଛନ୍ତି,' ଭାରତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ରୂପରେ ନିର୍ବାଚିତ ହୋଇଛି । ଏହି ସଫଳ ନିର୍ବାଚନ ପାଇଁ ଭାରତକୁ ସହୃଦୟର ସହ ଶୁଭେଚ୍ଛା । ଆମେରିକା ଭାରତ ସହ ଅଧିକ ସ୍ଥିର, ସୁରକ୍ଷିତ ଏବଂ ସମୃଦ୍ଧ ବିଶ୍ବର ସ୍ଥାପନା ପାଇଁ କାମ କରିବାକୁ ଚାହୁଁଛି । '

ସୂଚନାଯୋଗ୍ୟ ଯେ, ଭାରତ ୮ମ ଥର ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ରୂପରେ ନିର୍ବାଚିତ ହୋଇଛି । ବର୍ତ୍ତମାନ ଭାରତ ୨୦୨୧-୨୨ ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହୋଇଛି । ଏହି ନିର୍ବାଚନରେ ୧୯୨ ଟି ମଧ୍ୟରୁ ଭାରତ ସମର୍ଥନରେ ୧୮୪ଟି ଭୋଟ୍ ପଡିଥିଲା ।

ଏହା ପୂର୍ବରୁ ଭାରତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ୭ଥର ନିର୍ବାଚିତ ହୋଇଛି। ୧୯୫୦-୫୧, ୧୯୬୭-୬୮, ୧୯୭୨-୭୩, ୧୯୭୭-୭୮, ୧୯୮୪-୮୫, ୧୯୯୧-୯୨ ଓ ଶେଷଥର ପାଇଁ ୨୦୧୧-୧୨ରେ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ମନୋନୀତ ହୋଇଥିଲା।

ABOUT THE AUTHOR

...view details