ଓଡିଶା

odisha

ETV Bharat / bharat

ବାରଣାସୀରେ ଦୋହରିବ 1977 ମସିହା ଇତିହାସ ! - modi

ଇନ୍ଦିରା ଗାନ୍ଧୀଙ୍କ ରାୟବରେଲି ଭଳି ଇତିହାସ ରଚିବ କି ମୋଦିଙ୍କ ଗଡ ଭାବରେ ପରିଚିତ  ବାରଣାସୀ ଲୋକସଭା କ୍ଷେତ୍ର ? ଲେକସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ହେବାକୁ ଥିବା  ବାରଣାସୀ ନିର୍ବାଚନ ପୂର୍ବରୁ ଏଭଳି ଆଶଙ୍କା ପ୍ରକାଶ କଲେ ବିଏସପି ସୁପ୍ରିମୋ ମାୟାବତୀ ।

ଫାଇଲ ଫଟୋ

By

Published : May 18, 2019, 11:02 PM IST

ନୂଆଦିଲ୍ଲୀ: ଦୋହରିବ କି 1977 ମସିହାର ଇତିହାସ ? ଇନ୍ଦିରା ଗାନ୍ଧୀଙ୍କ ରାୟବରେଲି କାହାଣୀ ଭଳି ଇତିହାସ ରଚିବ କି ମୋଦିଙ୍କ ଗଡ ଭାବରେ ପରିଚିତ ବାରଣାସୀ ଲୋକସଭା କ୍ଷେତ୍ର ? ଲେକସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ହେବାକୁ ଥିବା ବାରଣାସୀ ନିର୍ବାଚନ ପୂର୍ବରୁ ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାଞ୍ଚଳର ଦାରିଦ୍ର, ବେରୋଦଗାରୀ ଏବଂ ପଛୁଆ ବର୍ଗର ସମସ୍ୟା ଦୂର କରିବାରେ ଅସଫଳ ହୋଇଛନ୍ତି । ଫଳରେ ସେ ତାଙ୍କ ପ୍ରତିଶୃତି ପୂରଣରେ ବିଫଳ ହୋଇଛନ୍ତି । ପୂର୍ବାଞ୍ଚଳ ସହ ମୋଦି ବିଶ୍ବାସଘାତ କରିଛନ୍ତି । ପ୍ରଧାନମନ୍ତ୍ରୀ (ମୋଦି) ଏବଂ ମୁଖ୍ୟମନ୍ତ୍ରୀ (ଯୋଗୀ ଆଦିତ୍ୟନାଥ) ଏହି କ୍ଷେତ୍ରରୁ ପ୍ରତିନିଧିତ୍ବ କରି ସୁଦ୍ଧା ଅଞ୍ଚଳର ଲୋକଙ୍କ ସହ ଧୋକ୍କା କରିଛନ୍ତି ବୋଲି ଟ୍ବିଟ କରି କହିଛନ୍ତି ମାୟାବତୀ ।

ଯୋଗୀଙ୍କୁ ତ ଗୋରଖପୁର ଏଡାଇଦେଇଛି । ଏହି ପରିପେକ୍ଷୀରେ ମୋଦିଙ୍କ ବିଜୟଠାରୁ ତାଙ୍କ ପରାଜୟ ଐତିହାସିକ ସାବ୍ୟସ୍ତ ନ ହେଉ ବୋଲି ଚେତାବନୀ ଦେଇଛନ୍ତି ସେ । ଏହା ସହିତ ବାରଣାସୀ 1977 ର ରାୟବରେଲି କାହାଣୀ ଦୋହରାଇବ କି ବୋଲି ପ୍ରଶ୍ନ କରିଛନ୍ତି ମାୟାବତୀ ।

ମାୟାବତୀଙ୍କ ଇସାରା 1977ରେ ହୋଇଥିବା ସାଧାରଣ ନିର୍ବାଚନ ଉପରେ ଥିଲା । ସେହି ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ଗଡ ରାୟବରେଲିରେ ପରାଜୟ କରିଥିଲେ ସମାଜବାଦୀ ନେତା ରାଜ ନାରାୟଣ ।

ତେବେ ବାରଣାସୀ ଲୋକସଭାରେ ବହୁମତ ହାସଲ ପାଇଁ ବିଜେପି ପୁରା ଦମ୍‌ ଲଗାଇଥିବା ବେଳେ ମାୟାବତୀଙ୍କ ଏଭଳି ଆଶଙ୍କା ଏଥିରେ କ'ଣ ପ୍ରଭାବ ପକାଇବ ତାହା ମେ' 23 ରେ ସ୍ପଷ୍ଟ ହୋଇଯିବ ।

ABOUT THE AUTHOR

...view details