ନୂଆଦିଲ୍ଲୀ: କମୁନି ପ୍ରଦୂଷଣ । ଏହାକୁ ଦୃଷ୍ଟିରେ ରଖି ପୁଣି ଦିଲ୍ଲୀରେ ବଢିପାରେ ଯୁଗ୍ମ-ଅଯୁଗ୍ମ ନିୟମର ବ୍ୟବହାର। ବାରମ୍ବାର ପ୍ରଚେଷ୍ଟା ସତ୍ତ୍ବେ ବାୟୁମଣ୍ଡଳରେ ଆସିପାରୁନି ସୁଧାର। ସେପଟେ, ଆଗାମୀ 2-3 ଦିନ ଭିତରେ ବାୟୁମଣ୍ଡଳର ଅବସ୍ଥା ନ ସୁଧୁରିଲେ, ଏହି ନିୟମକୁ ନଭେମ୍ବର 18 ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ନିଷ୍ପତ୍ତି ନେଇ ପାରନ୍ତି ଦିଲ୍ଲୀ ସରକାର।
ପୁଣି ଦିଲ୍ଲୀରେ ବଢିପାରେ ଯୁଗ୍ମ-ଅଯୁଗ୍ମ ନିୟମ - ବଳବତ୍ତର ରହିବ ଦିଲ୍ଲୀ ସରକାର
କମୁନି ପ୍ରଦୂଷଣ। ଏହାକୁ ଦୃଷ୍ଟିରେ ରଖି ବୃଦ୍ଧି ହୋଇପାରେ ଯୁଗ୍ମ-ଅଯୁଗ୍ମ ନିୟମ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।
ଗତକିଛି ଦିନ ଧରି ଦିଲ୍ଲୀରେ ଅଣାୟତ୍ତ ଅବସ୍ଥା ସୃଷ୍ଟି କରିଛି ପ୍ରଦୂଷଣ । ଏଭଳି ଅସ୍ବାସ୍ଥ୍ୟକର ପରିବେଶରେ ନିଶ୍ବାସ-ପ୍ରଶ୍ବାସ ନେବା ଦିଲ୍ଲୀବାସୀଙ୍କ କଷ୍ଟକର ହୋଇପଡିଛି। ଏହି ସମସ୍ୟାର ସମାଧାନ ପାଇଁ ଗତ 4 ତାରିଖରୁ ଲାଗୁ ହୋଇଥିଲା ଯୁଗ୍ମ-ଅଯୁଗ୍ମ ନିୟମ। ସେପଟେ ଆଜି ଏହି ଫର୍ମୁଲାର ଶେଷ ଦିନ ହୋଇଥିବାବେଳେ, ସ୍ଥିତି ଦେଖି ପୁଣି ଏହାର ବ୍ୟବହାର ବୃଦ୍ଧି କରାଯାଇପାରେ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ଶୁକ୍ରବାର ଦିଲ୍ଲୀ-ଏନସିଆରରେ ଏୟାର କ୍ବାଲିଟି ଇଣ୍ଡେକ୍ 482 ରହିଛି।
ଗତ ତିନି ବର୍ଷ ପରେ ପୁଣି ଥରେ ଦିଲ୍ଲୀକୁ ଫେରିଛି ଯୁଗ୍ମ-ଅଯୁଗ୍ମ ଫର୍ମୂଲା । ଆପ ସରକାରଙ୍କ ଦ୍ବାରା ଏହି ନିୟମ ଶୁଭାରମ୍ଭ କରାଯାଇଥିଲା । ସେପଟେ, ଦିଲ୍ଲୀ ପ୍ରଦୂଷଣକୁ ନେଇ ବାରମ୍ବାର ଦିଲ୍ଲୀ ସରକାର ହରିଆଣା ଓ ପଞ୍ଜାବ ସରକାରଙ୍କ ଦୋଷ ଲଦି ଆସିଛନ୍ତି । ଏହି ଦୁଇ ରାଜ୍ୟରେ ଚାଷ ଶସ୍ୟ ପୋଡାଜଳା କରୁଛନ୍ତି । ଯାହା ମାତ୍ରାଧିକ ପ୍ରଦୂଷଣର ମୁଖ୍ୟ କାରଣ ବୋଲି କୁହାଯାଉଛି ।