ନୂଆଦିଲ୍ଲୀ: ଜାନୁଆରୀ 16ରୁ ଆରମ୍ଭ ହେବାକୁ ଥିବା ଟୀକାକରଣ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ । ଟୀକାକରଣ ସମୟରେ କେନ୍ଦ୍ର ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ କରାଯାଇଥିବା ନିର୍ଦ୍ଦେଶାବଳୀ ବିଷୟରେ ପଚାରିଛନ୍ତି । ସେହିପରି ଅନ୍ୟମାନଙ୍କ ପାଇଁ ଟିକା କିପରି କ୍ରୟ କରାଯିବ ତାକୁ ନେଇ ମମତା ଜାଣିବାକୁ ଚାହିଁଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଟୀକାକରଣ ପାଇଁ ମମତା ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । କେନ୍ଦ୍ରୀୟ ଗାଇଡଲାଇନ ଅନୁସାରେ ଟୀକାକରଣ ପ୍ରକ୍ରିୟା ପରିଚାଳନା କରିବାକୁ ଆଗ୍ରହ ମଧ୍ୟ ଦେଖାଇଛନ୍ତି ମମତା । ସେ କହିଛନ୍ତି କୋଭିଡ ଟୀକାକରଣ ପ୍ରସ୍ତୁତି ପାଇଁ ପଶ୍ଚିମବଙ୍ଗ ସମସ୍ତ ମାପଦଣ୍ଡ ପୂରଣ କରିଛି ଓ ଏଥିପାଇଁ ତଥ୍ୟ ମଧ୍ୟ ସରକାରୀ ପୋର୍ଟାଲରେ ଅପଲୋଡ୍ ହୋଇଛି । ମାଗଣା ଟିକା ପାଇଁ ପରିବହନ କର୍ମଚାରୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ମମତା ଅନୁରୋଧ କରିଛନ୍ତି ।