ଓଡିଶା

odisha

ETV Bharat / bharat

କଂଗ୍ରେସର 'ଆୟ ପର୍ ଚର୍ଚ୍ଚା' ବିଜେପି ପାଇଁ ଆଣିବ ସଙ୍କଟ ! - CHAI PE CHARCHA

କଂଗ୍ରେସର ଏହି 'ନ୍ୟାୟ' ବିଜେପି ପାଇଁ ଚିନ୍ତାର କାରଣ ହୋଇପାରେ । ବର୍ତ୍ତମାନ ଦେଶର ଚାଷୀ,ବେକାରୀ ସମସ୍ୟା ସହ ବିଭିନ୍ନ ସମସ୍ୟା ରହିଛି । ଅନ୍ୟପକ୍ଷରେ କଂଗ୍ରେସର ଏହି ନ୍ୟାୟ ଘୋଷଣା, ବିଜେପି ପାଇଁ ସଙ୍କଟ ଆଣିବା ନେଇ ଆଶଙ୍କା ସୃଷ୍ଟି କରିଛି।

ଡିଜାଇନ ଫଟୋ

By

Published : Mar 30, 2019, 8:49 PM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଏହାସହ ଆରମ୍ଭ ହୋଇଯାଇଛି ନିର୍ବାଚନୀ ପ୍ରଚାର ଅଭିଯାନ । ରାଜନୈତିକ ଦଳ ପ୍ରଚାର ସହ ଜାରି କରୁଛନ୍ତି ନିଜ ନିଜ ଦଳର ଇସ୍ତାହାର ପତ୍ର । ଏହି କ୍ରମରେ କଂଗ୍ରେସ ମଧ୍ୟ ଘୋଷଣା କରି ଚାଲିଛି ଗୋଟିଏ ପରେ ଗୋଟିଏ ଆକର୍ଷଣୀୟ ନିର୍ବାଚନୀ ପ୍ରତିଶ୍ରୁତି । ୪୮ ବର୍ଷ ପରେ ପୁଣିଥରେ 'ଗରିବୀ ହଟାଅ' ନାରା ଦେଇଛି ଦଳ । କ୍ଷମତାରେ ଆସିଲେ ଦଳ ଦେଶରେ ସବୁଠାରୁ ଗରିବ ଥିବା ୨୦ ପ୍ରତିଶତ ଜନତାଙ୍କୁ ଦେବେ ନିମ୍ନତମ ଆୟର ଗ୍ୟାରେଣ୍ଟି। ଯାହାର ଚର୍ଚ୍ଚା ମଧ୍ୟ ଜୋରଦାର ହେଉଛି। କଂଗ୍ରେସ ଏହାର ନାଁ ଦେଇଛି ସର୍ବନିମ୍ନ ଆୟ ଗ୍ୟାରେଣ୍ଟି ଯୋଜନା(ନ୍ୟାୟ) ।

କଂଗ୍ରେସର ଏହି 'ନ୍ୟାୟ' ବିଜେପି ପାଇଁ ଚିନ୍ତାର କାରଣ ହୋଇପାରେ । ବର୍ତ୍ତମାନ ଦେଶର ଚାଷୀ,ବେକାରୀ ସମସ୍ୟା ସହ ବିଭିନ୍ନ ସମସ୍ୟା ରହିଛି । ଅନ୍ୟପକ୍ଷେ କଂଗ୍ରେସର ଏହି 'ନ୍ୟାୟ' ଘୋଷଣା, ଯାହା ଏପରି ସମସ୍ୟାରେ ଗ୍ରସ୍ତ ମତଦାତାଙ୍କୁ ଆକୃଷ୍ଟ କରିପାରନ୍ତି । ଏହାସହ ଏହାର ପ୍ରଭାବ ମଧ୍ୟ ସାଧାରଣ ନିର୍ବାଚନରେ ପଡିପାରେ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ, ତାଙ୍କ ଦଳ କ୍ଷମତାକୁ ଫେରିଲେ ଦେଶର ପ୍ରତି ଗରିବ ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ଦେବେ । ଏହା ଗରିବୀ ଉପରେ ଶେଷ ପ୍ରହାର ହେବ । ଏହାର ଲାଭ ୫ କୋଟି ପରିବାରକୁ ମିଳିବ ବା ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରାଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି । ପରେ ଦଳର ପ୍ରବକ୍ତା ରଣଦୀପ ସିଂ ସୁର୍ଜେୱାଲା କହିଥିଲେ ଯେ, ଏହି ଯୋଜନା ମାଧ୍ୟମରେ ସିଧାସଳଖ ଟଙ୍କା ମହିଳାଙ୍କ ବ୍ୟାଙ୍କ ଏକାଉଣ୍ଟକୁ ଯିବ । ଘୋଷଣା ପରେ ଗଣମାଧ୍ୟମରେ ଏହି ଯୋଜନାର ସପକ୍ଷରେ ଓ ବିପକ୍ଷରେ ବିଭିନ୍ନ ଅର୍ଥନୈତିଜ୍ଞ ନିଜ ନିଜ ମତ ରଖିଥିଲେ । ବିଜେପି ଏହି ଯୋଜନାକୁ ନେଇ ଟାର୍ଗେଟ କରି କହିଛି ଯେ, କଂଗ୍ରେସ କେବଳ ବାରମ୍ବାର ନାରା ହିଁ ଦେଇଥାଏ ।

ପୁଲୱାମା ଆକ୍ରମଣ ପରେ ପାକିସ୍ତାନରେ ଭାରତୀୟ ବାୟୁସେନା ଏୟାରଷ୍ଟ୍ରାଇକ କରିଥିଲା । ଯାହାକୁ ନେଇ ଦେଶର ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଥିଲା। କିନ୍ତୁ ହଠାତ କଂଗ୍ରେସର ଏହି 'ନ୍ୟାୟ' ଘୋଷଣା ସହ ଏକ ନୂଆ ବିଷୟର ଜନ୍ମ ଦେଇଥିଲା । ଯାହା ଉପରେ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । କଂଗ୍ରେସ ପ୍ରଥମେ ରାଫେଲ, ବର୍ତ୍ତମାନ ଗରିବୀକୁ ନେଇ ଆକ୍ରମଣାତ୍ମକ ଭାବ ଗ୍ରହଣ କରିଛି । ଯାହାର ପ୍ରଭାବ ସାଧାରଣ ନିର୍ବାଚନ ପଡିବ କି ନାହିଁ ତାହା ସମୟ କହିବ । କିନ୍ତୁ ଏୟାରଷ୍ଟ୍ରାଇକ ପରେ ଦେଶର ମୌଳିକ ସମସ୍ୟାଗୁଡିକ ଯେପରି ଦୂରେଇ ଯାଇଥିଲା । ବର୍ତ୍ତମାନ ଗରିବୀ ଓ ଚାଷୀ, ବେକାରୀ ସମସ୍ୟା ପରି ବିଷୟ ଉପରେ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

୨୦୧୪ରେ ବିଜେପିର ତତ୍କାଳୀନ ପ୍ରାର୍ଥୀ ଥିବା ପ୍ରଧାନମନ୍ତ୍ରୀ ମୋଦି ନିଜ ନିର୍ବାଚନ ପ୍ରଚାର ପାଇଁ ଆରମ୍ଭ କରିଥିଲେ 'ଚାଏ ପର୍ ଚର୍ଚ୍ଚା' । ବର୍ତ୍ତମାନ ଦେଶର ଆର୍ଥିକ ଅବସ୍ଥାକୁ ନେଇ 'ଆୟ ପର୍ ଚର୍ଚ୍ଚା' ପରି ଅଭିଯାନ କରାଯାଇ ପାରିବ ବୋଲି ବିଶିଷ୍ଟ ରାଜନୈତିଜ୍ଞ ତଥା ମୋଦିଙ୍କ ଉପରେ ବହି ଲେଖିଥିବା ନୀଳାଞ୍ଜନ ମୁଖାର୍ଜୀ ମତ ଦିଅନ୍ତୁ । ୧୯୭୧ ଇନ୍ଦିରା ଗାନ୍ଧୀ ଗରିବୀ ହଟାଅ ନାରା ଦେଇ କ୍ଷମତାକୁ ଫେରିଥିଲେ । ସେହି ସମୟରେ କଂଗ୍ରେସ ୨ଟି ଅଂଶରେ ବିଭାଜିତ ହୋଇଯାଇଥିଲା । କିଛି ନେତା 'ଇନ୍ଦିରା ହଟାଅ ଦେଶ ବଞ୍ଚାଅ'ର ନାରା ଦେଇଥିଲେ । କିନ୍ତୁ ଇନ୍ଦିରାଙ୍କ ନାରା ଏତେ ଶକ୍ତିଶାଳୀ ହୋଇ ଉଠିଥିଲା ଯେ ତାଙ୍କୁ ନିର୍ବାଚନରେ ବିପୁଳ ସଫଳତା ମିଳିଥିଲା । ଏହାସହ ସେ ଏକ ଦୃଢ ଓ ଶକ୍ତିଶାଳୀ ନେତ୍ରୀ ଭାବେ ପ୍ରତିଷ୍ଠିତ ହୋଇଥିଲେ ।

ABOUT THE AUTHOR

...view details