ନୂଆଦିଲ୍ଲୀ: ଦଶମ ଶ୍ରେଣୀ ଏବଂ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ନେଇ ବୋର୍ଡର ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) ସ୍ପଷ୍ଟ କରିଛି । ଏନେଇ ପରିଷଦ ପକ୍ଷରୁ ଟ୍ବିଟରରେ ପ୍ରକାଶ କରାଯାଇଛି ।
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ବୁଧବାର ପ୍ରକାଶ କରିଛି ଯେ, ‘ଦଶମ ଶ୍ରେଣୀ ଏବଂ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ନେଇ ବୋର୍ଡର ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହା ସହ ଦଶମ ଶ୍ରେଣୀ ଏବଂ ଦ୍ବାଦଶ ଶ୍ରେଣୀର 29ଟି ବିଷୟ ପାଇଁ ବୋର୍ଡ ପରୀକ୍ଷା କରିବାର ନିଷ୍ପତ୍ତି ବଜାୟ ରହିଛି ।’ କୋରୋନା ପାଇଁ ବୋର୍ଡ ପରୀକ୍ଷା ପରିଚାଳନା ବିଷୟରେ କଳ୍ପନାଜଳ୍ପନା ପ୍ରକାଶ ପାଇବା ପରେ ଏହି ସ୍ପଷ୍ଟୀକରଣ ଜାରି କରାଯାଇଥିବା ନେଇ ସିବିଏସଇ କହିଛି ।