ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ‘ଲଭ୍ ଜିହାଦ୍’ ମାମଲା ଦିନକୁ ଦିନ ବଢ଼ୁଥିବା ବେଳେ ଜୋନପୁରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏପରି ଅପରାଧ ସହ ଜଡିତ ଲୋକଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେଉଁମାନେ ଲଭ୍ ଜିହାଦ୍ ନାଁରେ ଅପରାଧ କରୁଛନ୍ତି ବା କରିବାକୁ ଚେଷ୍ଟା କରୁଛନ୍ତି ସେମାନେ ସେଥିରୁ ନିବୃତ୍ତ ରୁହନ୍ତୁ । ନଚେତ୍ ‘ରାମ ନାମ ସତ୍ୟ ହେ’ ଯାତ୍ରା ପାଇଁ ପ୍ରସ୍ତୁତ ରୁହନ୍ତୁ । କୌଣସି ବି ପରିସ୍ଥିତିରେ ସେମାନଙ୍କୁ ରକ୍ଷା କରାଯିବ ନାହିଁ । ‘ଶୁକ୍ରବାର ଆହ୍ଲାବାଦ ହାଇକୋର୍ଟ ଏକ ଆଦେଶ ଦେଇଛନ୍ତି, ଯେଉଁଥିରେ କୁହାଯାଇଛି ଯେ, ବିବାହ ପାଇଁ ଧର୍ମ ପରିବର୍ତ୍ତନକୁ କରିବାକୁ ଅନୁମତି ଦିଆଯିବା ଉଚିତ୍ ନୁହେଁ । ଏହି କାରଣରୁ, ସରକାର ମଧ୍ୟ ନିଷ୍ପତ୍ତି ନେଇଛନ୍ତି ଯେ, ଲଭ୍ ଜିହାଦକୁ ରୋକିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ।
ଲଭ୍ ଜିହାଦ୍ ନାଁରେ ଅପରାଧ ବନ୍ଦ କରିବାକୁ ଚେତାଇଲେ ଯୋଗୀ ସରକାର - ଲଭ୍ ଜିହାଦ୍ ନାଁରେ ଅପରାଧ ବନ୍ଦ କରିବାକୁ ଚେତାବନୀ
ଲଭ୍ ଜିହାଦ୍ ନାଁରେ ଅପରାଧ କରୁଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଚେତାବନୀ । ‘ଲଭ୍ ଜିହାଦ୍ ନାଁରେ ଅପରାଧ କରୁଛନ୍ତି ବା କରିବାକୁ ଚେଷ୍ଟା କରୁଛନ୍ତି ସେମାନେ ସେଥିରୁ ନିବୃତ୍ତ ରୁହନ୍ତୁ, ନଚେତ୍ ‘ରାମ ନାମ ସତ୍ୟ ହେ’ ଯାତ୍ରା ପାଇଁ ପ୍ରସ୍ତୁତ ରୁହନ୍ତୁ’ । ଅଧିକ ପଢନ୍ତୁ...
![ଲଭ୍ ଜିହାଦ୍ ନାଁରେ ଅପରାଧ ବନ୍ଦ କରିବାକୁ ଚେତାଇଲେ ଯୋଗୀ ସରକାର will bring law to deal with love jihad firmly, warns up cm yogi adityanath](https://etvbharatimages.akamaized.net/etvbharat/prod-images/768-512-9387635-thumbnail-3x2-yogi.jpg)
ସିଏମ୍ ଯୋଗୀ କହିଛନ୍ତି, ‘ଛଦ୍ମ ବେଶରେ, ଯେଉଁମାନେ ନିଜ ନାମ ଗୋପନ ରଖି ଝିଅମାନଙ୍କ ଇଜ୍ଜତ ସହିତ ଖେଳ ଖେଳୁଛନ୍ତି, ମୁଁ ସେମାନଙ୍କୁ ଚେତାବନୀ ଦେଉଛି ଯେ ସେମାନଙ୍କର ‘ରାମ ନାମ ସତ୍ୟ ହେ’ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ସେଥିପାଇଁ ଆମେ ମିଶନ୍ ଶକ୍ତି କାର୍ଯ୍ୟକ୍ରମ ଚଳାଉଛି । ମିଶନ୍ ଶକ୍ତି କାର୍ଯ୍ୟକ୍ରମର ଅର୍ଥ ହେଉଛି, ଆମେ ପ୍ରତ୍ୟେକ ମା ଏବଂ ଭଉଣୀଙ୍କ ସୁରକ୍ଷାର ଗ୍ୟାରେଣ୍ଟି ଦେବୁ । ଏହା ସତ୍ତ୍ବେ ଯଦି ସେମାନେ ନସୁଧୁରନ୍ତି ତେବେ ଅପରେସନ୍ ଶକ୍ତି ପ୍ରସ୍ତୁତ ରହିଛି । ଏହାର ଉଦ୍ଦେଶ୍ୟ ହେଉଛି ଯେ, ଆମେ ଯେକୌଣସି ପରିସ୍ଥିତିରେ ମହିଳାମାନଙ୍କୁ ସୁରକ୍ଷା ଦେବୁ ଏବଂ ସେମାନଙ୍କର ସମ୍ମାନ ରକ୍ଷା କରିବୁ ।
କୋର୍ଟ କହିଛନ୍ତି, ଇସଲାମ ବିଷୟରେ କିଛି ନଜାଣି, ବିନା ବିଶ୍ବାସରେ କେବଳ ବିବାହ କରିବା ଉଦ୍ଦେଶ୍ୟରେ ଧର୍ମ ପରିବର୍ତ୍ତନ କରିବା ଗ୍ରହଣୀୟ ନୁହେଁ। ଏହା ଇସଲାମ ବିରୋଧୀ। ଏହି ନିଷ୍ପତ୍ତିକୁ ଦର୍ଶାଇ କୋର୍ଟ ବିବାହ ଉଦ୍ଦେଶ୍ୟରେ ଜଣେ ମୁସଲମାନଙ୍କୁ ହିନ୍ଦୁ ହେବା ପାଇଁ କରିଥିବା ଆବେଦନକୁ ଖାରଜ କରି ଦେଇଛନ୍ତି ।