ଓଡିଶା

odisha

ETV Bharat / bharat

'କାଶ୍ମୀର ଯିବାକୁ ଚାହିଁଲେ ହାଇଦ୍ରାବାଦ ବିମାନବନ୍ଦରରୁ ଗିରଫ କରିନେବେ'

ଜମ୍ମୁ-କାଶ୍ମୀରକୁ ବୈଦେଶିକ ପ୍ରତିନିଧିମଣ୍ଡଳୀର ଯାତ୍ରା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ। ଏନେଇ ସେ କହିଛନ୍ତି ଯେ, ଯଦି ମୁଁ ଏବେ କାଶ୍ମୀର ଯିବାକୁ ଇଚ୍ଛା କରିବି, ତାହେଲେ ମୋତେ ହାଇଦ୍ରାବାଦ ବିମାନବନ୍ଦରରୁ ଗିରଫ କରିନିଆଯିବ।

_ I want to visit Kashmir: Owaisi
'କାଶ୍ମୀର ଯିବାକୁ ଚାହିଁଲେ ଜମ୍ମୁ-କାଶ୍ମୀରକୁ ବୈଦେଶିକ ପ୍ରତିନିଧିମଣ୍ଡଳୀର ଯାତ୍ରା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ। ଏନେଅଇ ସେ କହିଛନ୍ତି ମୁଁ ଯଦି ଏବେ କାଶ୍ମୀର ଯିବାକୁ ଇଚ୍ଛା ପ୍ରକାଶ କରିବି ମତୋ ହାଇଦ୍ରାବାଦ ବିମାନବନ୍ଦରରୁ ଗିରଫ କରାଯିବ।ହାଇଦ୍ରାବାଦ ବିମାନବନ୍ଦରରୁ ଗିରଫ କରିନେବେ'

By

Published : Jan 13, 2020, 11:55 AM IST

ହାଇଦ୍ରାବାଦ: ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ହାଇଦ୍ରବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ । କାଶ୍ମୀର ଘାଟିକୁ ବୈଦେଶିକ ପ୍ରତିନିଧିମଣ୍ଡଳୀର ଯାତ୍ରା ପରେ ପିଏମ ମୋଦିଙ୍କୁ ତେରଚ୍ଛା ବାଣ ମାରିଛନ୍ତି ଓୱେସୀ । ଏନେଇ ସେ କହିଛନ୍ତି ଯେ, ଯଦି ମୁଁ ଏବେ କାଶ୍ମୀର ଯିବାକୁ ଇଚ୍ଛା ପ୍ରକାଶ କରିବି, ତାହେଲେ ମୋତେ ହାଇଦ୍ରାବାଦ ବିମାନବନ୍ଦରରୁ ଗିରଫ କରିନିଆଯିବ।


ଜମ୍ମୁ-କାଶ୍ମୀରରୁ 370 ଧାରା ଉଚ୍ଛେଦ କରାଯିବା ପରେ ସେଠାକାର ନାଗରିକଙ୍କୁ ସ୍ବତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା କହୁଛନ୍ତି ମୋଦି ସରକାର । ଯାଉଛି। ହେଲେ 370 ଧାରା ଉଚ୍ଛେଦ ହେବାର 6 ମାସ ବିତିଯାଇଥିଲେ ସୁଦ୍ଧା, କାଶ୍ମୀରବାସୀଙ୍କୁ ଇଣ୍ଟରନେଟ ସୁବିଧା ମିଳି ନାହିଁ ବୋଲି କଟାକ୍ଷ କରିଛନ୍ତି ହାଇଦ୍ରାବାଦ ସାଂସଦ ।

ପ୍ରଧାନମନ୍ତ୍ରୀ ଆହୁରି କହୁଛନ୍ତି ଯେ, ଜମ୍ମୁ-କାଶ୍ମୀରରେ ସମସ୍ତ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି। ଯେପରି ପୂର୍ବରୁ କାଶ୍ମୀର ଘାଟିର ବିକାଶ କୌଣସି ରାମ ହୋଇନଥିଲା । ଜମ୍ମୁ-କାଶ୍ମୀରରୁ 370 ଧାରା ଉଚ୍ଛେଦ କରିବା ସହ ଏଠାକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶେଖ ଅବଦୁଲ୍ଲାଙ୍କୁ ଗିରଫ କରି ମସ୍ତବଡ ଭୁଲ କରିଛି କେନ୍ଦ୍ର । ବିଜେପି ସରକାର କେବଳ ପ୍ରତିଶୃତି ଦେଇ ଜାଣିଛି ହେଲେ ତାହା ପୂରଣ କରିବାକୁ ଭୁଲି ଯାଉଛି । ତେଲେଙ୍ଗାନାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏକ ପୌର ନିର୍ବାଚନକୁ ନେଇ ଶନିବାର ଆୟୋଜିତ ହୋଇଥିବା ରାଲିକୁ ସମ୍ବୋଧିତ କରିବା ଉଦ୍ଦେଶ୍ୟରେ ଏହା କହିଛନ୍ତି ଓୱେସୀ ।

ମୋଦି ସରକାର ବୈଦେଶିକ ପ୍ରତିନିଧିଙ୍କ ସହ କାଶ୍ମୀର ଗସ୍ତ କରିବା ଦର୍ଶାଉଛି ଯେ ସେଠାରେ ଶାନ୍ତିସୌହାର୍ଦ୍ଧ୍ୟ ବଜାୟ ରହିଛି । ହେଲେ ଯଦି ମୁଁ ଏବେ କାଶ୍ମୀର ଯିବାକୁ ଚାହିଁବି, ତାହେଲେ ମୋତେ ସିଆଇଏସଏଫ ଯବାନ ହାଇଦ୍ରାବାଦ ବିମାନବନ୍ଦରରୁ ଗିରଫ କରିନେବେ । ଯେମିତି ମୁଁ ଭାରତୀୟ ସମ୍ବିଧାନର ଶପଥ ନେଇ ନାହିଁ ବୋଲି କହିଛନ୍ତି ସାଂସଦ ଓୱେସୀ ।

ABOUT THE AUTHOR

...view details