ଓଡିଶା

odisha

By

Published : May 11, 2020, 12:26 PM IST

ETV Bharat / bharat

ଅଣ୍ଡା ତରକାରୀ ପାଇଁ 3 ବର୍ଷର ପୁଅକୁ ମାରିଦେଲା ବାପା

ସ୍ତ୍ରୀ ଅଣ୍ତା ତରକାରୀ ରାନ୍ଧିବାକୁ ମନା କରିବାରୁ 3 ବର୍ଷର ଶିଶୁକୁ ହତ୍ୟା କଲା ବାପା । ଅଭିଯୁକ୍ତ ଫେରାର, ତଦନ୍ତ ଜାରି । ଅଧିକ ପଢନ୍ତୁ...

Wife refuses to cook egg curry, man kills son in rage
ସ୍ତ୍ରୀ ଅଣ୍ତା ତରକାରୀ ପାଇଁ 3 ବର୍ଷର ଶିଶୁକୁ ହତ୍ୟା କଲା ବାପା

ଲକ୍ଷ୍ମୌ: ଉତ୍ତର ପ୍ରଦେଶ ବୁଲାନ୍ଦସହରର ନାଗଲାରେ ଅଭାବନୀୟ ଘଟଣା । ସ୍ତ୍ରୀ ଅଣ୍ତା ତରକାରୀ ରାନ୍ଧିବାକୁ ମନା କରିବାରୁ 3 ବର୍ଷର ଶିଶୁକୁ ହତ୍ୟା କଲା ବାପା । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ବୁଲାନ୍ଦ ସହରର ନାଗଲାରେ ସୁବାଶ ବନଝାରା ମଦ ପିଇକି ବିଳମ୍ବିତ ରାତିରେ ଘରକୁ ଫେରିଥିଲେ । ଆଉ ସ୍ତ୍ରୀକୁ ଅଣ୍ତା ତରକାରୀ ରାନ୍ଧିବାକୁ କହିଥିଲେ । ସ୍ତ୍ରୀ ମନା କରିବାରୁ ତାଙ୍କୁ ମାଡ ମାରିବା ସହ ତିନି ବର୍ଷର ପୁଅକୁ ମାଡ ମାରିଥିଲେ । ଫଳରେ ଗୁରୁତର ହୋଇପଡିଲା 3 ବର୍ଷର ଶିଶୁ । ପରେ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଜାରି ରଖିଛି ।

ସୌଜନ୍ୟ @IANS

ABOUT THE AUTHOR

...view details