କୋଲକାତା: ଶାରଦା ଚିଟଫଣ୍ଡ ମାମଲାରେ ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କ ପତ୍ନୀ କୋଲକାତା ହାଇକୋର୍ଟରେ ସ୍ବାମୀଙ୍କ ଆଗୁଆ ଜାମିନ ଆବେଦନ କରିଛନ୍ତି । ରାଜୀବଙ୍କୁ ଗିରଫ କରିବାକୁ ସିବିଆଇ ଖୋଜୁଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିପାରି ନାହିଁ । ସେଥିପାଇଁ ତାଙ୍କୁ ଖୋଜିବାକୁ ସିବିଆଇ ଏକ ଟିମ ଗଠନ କରିଛି ।
ଶାରଦା ଚିଟଫଣ୍ଡ ମାମଲା: ରାଜୀବଙ୍କ ପାଇଁ ପତ୍ନୀ କଲେ ହାଇକୋର୍ଟରେ ଜାମିନ ଆବେଦନ
ଶାରଦା ଚିଟଫଣ୍ଡ ମାମଲାରେ ସଂପୃକ୍ତି ଥିବା କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କ ପତ୍ନୀ ହାଇକୋର୍ଟରେ ସ୍ବାମୀଙ୍କ ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡିଛି ।
ଫଟୋ ସୌଜନ୍ୟ: ଏଏନଆଇ
ଉଲ୍ଲେଖଯୋଗ୍ୟ, ଗତ ଶନିବାର ଆଲିପୁର ଜିଲ୍ଲା କୋର୍ଟ ରାଜୀବଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଥିଲା । ଏହାପୂର୍ବରୁ ରାଜୀବଙ୍କୁ ଗିରଫ କରିବାକୁ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିବାକୁ ନିମ୍ନ ଅଦାଲତରେ ସିବିଆଇ ଅନୁରୋଧ କରିଥିବା ବେଳେ ତାଙ୍କୁ ଗିରଫ କରିବାକୁ କୌଣସି ୱାରେଣ୍ଟର ଆବଶ୍ୟକତା ନାହିଁ ବୋଲି ଅଦାଲତ ରାୟ ଦେଇଥିଲେ ।