ଓଡିଶା

odisha

By

Published : Aug 25, 2019, 7:38 PM IST

ETV Bharat / bharat

ଜି-7ର ସଦସ୍ୟ ନୁହେଁ ଭାରତ, ତଥାପି ମୋଦିଙ୍କୁ ନିମନ୍ତ୍ରଣ

ଜି-7 ସମ୍ମିଳନୀରେ ଯୋଗ ଦେବା ପାଇଁ କିଛି ସମୟ ମଧ୍ୟରେ ଫ୍ରାନ୍ସରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଭାରତ ଏହି ଭିଆଇପି ସଂଗଠନର ସଦସ୍ୟ ନଥିବା ସତ୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଠାରେ ଯୋଗ ଦେବା ପାଇଁ ଆମନ୍ତ୍ରିତ କରାଯାଇଛି । ଜାଣନ୍ତୁ ଏହା ପଛର କାରଣ ।

ଫଟୋ ସୌଜନ୍ୟ: ଏଏନଆଇ

ପ୍ୟାରିସ୍‌: ଜି-7 ସମ୍ମିଳନୀରେ ଯୋଗ ଦେବା ପାଇଁ କିଛି ସମୟ ମଧ୍ୟରେ ଫ୍ରାନ୍ସ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜି-7 ବିଶ୍ବର 7 ଟି ବିକଶିତ ଦେଶକୁ ନେଇ ଗଠିତ ସଂଗଠନ ଅଟେ । ଏହି ସଂଗଠନ ବିଶ୍ବ ଅର୍ଥବ୍ୟବସ୍ଥାର ଗତି ନିର୍ଣ୍ଣୟ କରେ । ବିଶ୍ବର କେବଳ 10 ପ୍ରତିଶତ ଜନସଂଖ୍ୟା ରଖୁଥିବା ଏହି ଦେଶଗୁଡିକ ବିଶ୍ବର 40 ପ୍ରତିଶତ ଜିଡିପିର ଅଧିକାରୀ ଅଟନ୍ତି । ତେବେ ଭାରତ ଏହି ଭିଆଇପି ସଂଗଠନର ସଦସ୍ୟ ନଥିବା ସତ୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଠାରେ ଯୋଗ ଦେବା ପାଇଁ ଆମନ୍ତ୍ରିତ କରାଯାଇଛି । ଜାଣନ୍ତୁ ଏହା ପଛର କାରଣ ।

ଜି-7 ସଂଗଠନର ସଦସ୍ୟ ଦେଶ ଗୁଡିକ ହେଲା କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ ଏବଂ ଆମେରିକା । ବର୍ଷକୁ ଥରେ ଆୟୋଜିତ ଜି-7 ସମ୍ମିଳନୀରେ ଏହି ଦେଶ ଗୁଡିକ ଯୋଗ ଦିଅନ୍ତି । ତେବେ 1977 ମସିହାଠାରୁ ଏହି ସମ୍ମିଳନୀରେ ୟୁରୋପିଆନ ସଂଘ ମଧ୍ୟ ସାମିଲ ହେଉଛି । ପୂର୍ବରୁ ଜି-7 ସଂଗଠନ ଜ-8 ଥିଲା । ସେଥିରେ ଆମେରିକା, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ ଏବଂ ଋଷ ସାମିଲ ଥିଲେ । କିନ୍ତୁ ଆମେରିକାର ଶାସନ ଭାର ବାରାକ ଓବାମାଙ୍କ ହାତରେ ଥିବା ସମୟରେ ଋଷ ଏହି ସଂଗଠନରୁ ବାହାରିଯାଇଥିଲା । ଋଷ ମିଆ ଉପରେ କବଜା କରିବା ପରେ 2014 ରେ ତାକୁ ଜ-8 ରୁ ବାହାର କରିଦିଆଗଲା ଏବଂ ସଂଗଠନ ଜି-8 ରୁ ଜି-7 ହୋଇଥିଲା ।

ତେବେ ଜି-7 ର ଆୟୋଜକ ଦେଶ ଭାବରେ ଫ୍ରାନ୍ସ ପାଖରେ ଅଧିକାର ରହିଛି ଯେ, ସେ କୌଣସି ବାହାର ଦେଶକୁ ମଧ୍ୟ ଏହି ସମ୍ମିଳନୀରେ ଆମନ୍ତ୍ରିତ କରିପାରିବ । ତେବେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଚଳିତ ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତକୁ ଆମନ୍ତ୍ରିତ କରିଥିଲେ । କେତେକ ପ୍ରସଙ୍ଗରେ ଭାରତର ନିଷ୍ପତ୍ତିର ଆବଶ୍ୟକତା ରହିଛି । ଭାରତ ବିନା ଏହି ପ୍ରସଙ୍ଗକୁ ସମାଧାନ କରିହେବ ନାହିଁ ବୋଲି ସେ କହିଥିଲେ ।

ABOUT THE AUTHOR

...view details