ଓଡିଶା

odisha

ETV Bharat / bharat

ଭୋଜନ ଓ ବ୍ୟାୟାମ ମଧ୍ୟରେ ବ୍ୟବଧାନ କାହିଁକି ଜରୁରୀ ? - ଭୋଜନ ଓ ବ୍ୟାୟାମ

ଆପଣ ଜାଣନ୍ତି କି ? ଭୋଜନ କରିବାର ତୁରନ୍ତ ପରେ ବ୍ୟାୟାମ କଲେ ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ ? ତେଣୁ ଭୋଜନ ଓ ବ୍ୟାୟାମ ମଧ୍ୟରେ ଉପଯୁକ୍ତ ସମୟ ବ୍ୟବଧାନ ରହିବା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଅଧିକ ପଢନ୍ତୁ...

Gap Important Between Meals And Workout
ଭୋଜନ ଓ ବ୍ୟାୟାମ ମଧ୍ୟରେ ବ୍ୟବଧାନ

By

Published : Jan 6, 2021, 2:57 PM IST

ଆପଣ ଜାଣନ୍ତି କି ? ଭୋଜନ କରିବାର ତୁରନ୍ତ ପରେ ବ୍ୟାୟାମ କଲେ ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ ? ତେଣୁ ଭୋଜନ ଓ ବ୍ୟାୟାମ ମଧ୍ୟରେ ଉପଯୁକ୍ତ ସମୟ ବ୍ୟବଧାନ ରହିବା ବେଶ୍ ଗୁରୁତ୍ୱପୂର୍ଣ୍ଣ । ନ୍ୟୁଟ୍ରନିଷ୍ଟ ନିଧି ଶୁକ୍ଳା ପାଣ୍ଡେ ଏ ପ୍ରସଙ୍ଗରେ ବିସ୍ତୃତ ଭାବେ ଆମ ସହ ଆଲୋଚନା କରିଛନ୍ତି । ଆସନ୍ତୁ ସେ ବାବଦରେ ଜାଣିବା । ଆପଣ ଲକ୍ଷ୍ୟ କରିଥିବେ ଯେ, ସାଧାରଣତଃ ଶୀତ ଦିନେ ଲୋକଙ୍କ ଓଜନ ଟିକେ ବଢିଯାଏ । ଏହାର ମୁଖ୍ୟ କାରଣ ହେଲା ଅଧିକ ଖାଇବା ଓ କମ ବ୍ୟାୟାମ କରିବା । ଶୀତଦିନେ ଆମର ହଜମ କ୍ଷମତା ଦୃଢୀଭୂତ ହେଉଥିବାରୁ ଆମେ ଏହି ଋତୁରେ ଅଧିକରୁ ଅଧିକ ଗୁରୁ ଖାଦ୍ୟ ଖାଇଦେଉ । କିନ୍ତୁ ଚର୍ବି ଓ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ପରେ ଆମେ ଯଦି ବ୍ୟାୟାମ କରିବା ନାହିଁ , ତାହା ହେଲେ ଶରୀର ଉପରେ ଏହା କୁପ୍ରଭାବ ପକାଇବା ସହ ଓଜନ ବୃଦ୍ଧି ହୋଇଥାଏ । ଆପଣ ଯେତେବେଳେ ବ୍ୟାୟାମ କରନ୍ତି,ସେତେବେଳେ ଫ୍ୟାଟ୍ ଓ କ୍ୟାଲୋରୀ ବର୍ନ ହୋଇଥାଏ ,ଯାହା ଫଳରେ ଆପଣ ଫିଟ୍ ରହନ୍ତି । ତେବେ,ବ୍ୟାୟାମ ପରେ ଭୋଜନ ସଂପର୍କରେ କିଛି ସୂଚନା ମନେ ରଖିବାକୁ ପଡିବ । ଦୀର୍ଘ ସମୟ ଧରି ବ୍ୟାୟାମ ପରେ କ୍ଲାନ୍ତି ଓ ଶକ୍ତିହୀନତା ଦୂର କରିବା ଜରୁରୀ ।

ଭୋଜନ ଓ ବ୍ୟାୟାମ ମଧ୍ୟରେ ବ୍ୟବଧାନ ବଜାୟ ରଖନ୍ତୁ

ଖାଦ୍ୟ ଭଲ ହଜମ ହେବା ଓ ଶରୀର ଭଲ ଭାବେ କାମ କରିବା ପାଇଁ ପ୍ରତି ଭୋଜନ ମଧ୍ୟରେ ବ୍ୟବଧାନ ରହିବା ଜରୁରୀ । ଏହା ଦ୍ୱାରା ଖାଦ୍ୟ ଭଲ ହଜମ ହୁଏ । ଭୋକ ବି ଲାଗେ । ପେଟ ହାଲୁକା ରହେ ବୋଲି ଆମର ବିଶେଷଜ୍ଞ କହନ୍ତି । କେବଳ ଭୋଜନ ମଧ୍ୟରେ ନୁହେଁ, ଭୋଜନ ଓ ବ୍ୟାୟାମ ମଧ୍ୟରେ ବି ସଠିକ ବ୍ୟବଧାନ ରହିବା ଦରକାର । ଆମର ନ୍ୟୁଟ୍ରିନିଷ୍ଟ ନିଧି ଶୁକ୍ଳା କହନ୍ତି ଯେ, ଭୋଜନ ପରେ ଜଣେ କଦାପି ବ୍ୟାୟାମ କରିବା ଉଚିତ ନୁହେଁ । ଏପରି କରିବା ଭାରି ବିପଜ୍ଜନକ ଓ ଏହା ଦ୍ୱାରା ଖାଦ୍ୟ ହଜମ ହୁଏ ନାହିଁ ବୋଲି ଆମର ବିଶେଷଜ୍ଞ ମତ ଦିଅନ୍ତି । ଖାଇବା ପରେ ବ୍ୟାୟାମ କଲେ ମସଲ କ୍ରାମ୍ପ ଓ ତଳିପେଟରେ ଯନ୍ତ୍ରଣା ସୃଷ୍ଟି ହୁଏ । ତେଣୁ ଭୋଜନ କରିବାର ସର୍ବନିମ୍ନ ୩ ଘଂଟା ପରେ ହିଁ ବ୍ୟାୟାମ କରିବା ଦରକାର । ଯଦି ସମ୍ଭବ ଭୋଜନ ଓ ବ୍ୟାୟାମ ମଧ୍ୟରେ ୪ରୁ ୫ ଘଂଟା ବ୍ୟବଧାନ ବି ରଖିବା ଦରକାର । ସେହିଭଳି ବ୍ୟାୟାମ କରିବା ଓ ଭୋଜନ ମଧ୍ୟରେ ବ୍ୟବଧାନ ରହିବା ଆବଶ୍ୟକ । ନିଧି ଶୁକ୍ଲାଙ୍କ ମତରେ ପ୍ରତିଦିନ ବ୍ୟାୟାମ କରିବାର ଅନ୍ତତଃ ୧୦ରୁ ୧୫ ମିନିଟ ପରେ ହିଁ ଆପଣ କିଛି ଖାଇବା ଉଚିତ । ବ୍ୟାୟାମ ସରିବା ତୁରନ୍ତ ପରେ କିଛି ବି ଖାଇବା ଅନୁଚିତ । ଏହା ହେଲେ ଶରୀର ଉପରେ ଏହା କୁପ୍ରଭାବ ପଡେ । ଶରୀରରେ ସନ୍ତୁଳନ ରହେ ନାହିଁ । ମେଟାବଲିଜିମ ଅସନ୍ତୁଳିତ ହୋଇଯାଏ । ତେବେ, ଜଟିଳ ବ୍ୟାୟାମ କରୁଥିଲେ କିଛି ମାତ୍ରାରେ ପାଣି ପିଇଲେ କ୍ଷତିନାହିଁ ।

ବ୍ୟାୟାମ ପରବର୍ତ୍ତୀ ଖାଦ୍ୟ ଓ ପାନୀୟ

ଶୀତ ଦିନେ ବ୍ୟାୟାମ କରିବା ପରେ ଗରମ ବା ଉଷୁମ ଖାଦ୍ୟ ଓ ପାନୀୟ ନିଆଯାଇପାରେ । ନ୍ୟୁଟ୍ରିଅନିଷ୍ଟ ନିଧି ଶୁକ୍ଳା ,ହଳଦୀ କ୍ଷୀର ବା ଗୋଲଡେନ ମିଲ୍କ ପାନ ପାଇଁ ସୁପାରିଶ କରନ୍ତି । ଲେମ୍ବୁ ପାଣି, ଲେମ୍ବୁ ରସ, ରକ୍ ସଲ୍ଟ, ମହୁ ଆଦି ବି ଖିଆଯାଇପାରେ । ଫଳରେ ଶରୀରକୁ ତୁରନ୍ତ ଭିଟାମିନ ସି ମିଳିଥାଏ, ଯାହା କି ଶରୀରକୁ ହାଇଡ୍ରେଟ୍ କରିବା ସହ ଆବଶ୍ୟକ ହେଉଥିବା ମିନେରାଲ ମିଳେ । ଏ ସବୁ ଦୃଷ୍ଟିରୁ ଭୋଜନ ଓ ବ୍ୟାୟାମ ମଧ୍ୟରେ ଉଚିତ ବ୍ୟବଧାନ ରହିବା ସୁସ୍ଥ ଶରୀର ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହା ହେଲେ ଶରୀରରେ ମେଟାବଲିକ କାର୍ଯ୍ୟକଳାପ ସୂଚାରୁ ରୂପେ ହୁଏ ଓ ଆପଣଙ୍କର ହଜମ ସ୍ୱାସ୍ଥ୍ୟ ଭଲ ରହେ ।

ABOUT THE AUTHOR

...view details