ନୂଆଦିଲ୍ଲୀ : ଭାରତ-ଚୀନ ସୀମା ପ୍ରସଙ୍ଗକୁ ନେଇ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ । ସୀମାରେ ସ୍ଥିତି ପୁନରୁଦ୍ଧାର ଦାବିକୁ ନେଇ ବୈଦେଶିକ ମନ୍ତ୍ରାଳୟ କାହିଁକି ନିରବ ରହିଛି ବୋଲି ପ୍ରଶ୍ନ କରିଛନ୍ତି ଚିଦାମ୍ବରମ । ଏହି ଅଞ୍ଚଳରେ ଚୀନ ସ୍ଥିତିରେ ପରିବର୍ତ୍ତନ ଆଣିଛି ବୋଲି ସରକାରଙ୍କ ଏହା ଅନ୍ୟ ଏକ ସ୍ୱୀକାରୋକ୍ତି ବୋଲି ଚିଦାମ୍ବରମ କହିଛନ୍ତି ।
'ସୀମାରେ ସ୍ଥିତି ପୁନରୁଦ୍ଧାର ଦାବିକୁ ନେଇ ବୈଦେଶିକ ମନ୍ତ୍ରାଳୟ କାହିଁକି ନିରବ ?’
ମେ 5 ସୁଦ୍ଧା ଭାରତର ସ୍ଥିତିରେ ପୁନରୁଦ୍ଧାର ଦାବି ଉପରେ ମନ୍ତ୍ରାଳୟ କାହିଁକି ଚୁପ୍ ରହିଛି ବୋଲି ଚିଦାମ୍ବରମ ପ୍ରଶ୍ନ କରିଛନ୍ତି । ଏହି ବିବୃତ୍ତି ଅନ୍ୟ ଏକ ସ୍ବୀକାର ଯେ ଚୀନ ମେ 5 ରେ ସୀମା ସ୍ଥିତିକୁ ବଦଳାଇ ଦେଇଛି ବୋଲି ସେ କହିଛନ୍ତି ।
ଚିଦାମ୍ବରମ ଶୁକ୍ରବାର ଏନେଇ ଟ୍ବିଟ କରି କହିଛନ୍ତି, ଗତକାଲି ବୈଦେଶିକ ମନ୍ତ୍ରାଳୟ ନିଜ ବିବୃତ୍ତିରେ ସୀମା ପ୍ରସଙ୍ଗରେ କହିଥିଲେ । ସୀମାରେ ସୈନ୍ୟ ପ୍ରତ୍ୟାହାର ଏବଂ ଶାନ୍ତିର ସମ୍ପୂର୍ଣ୍ଣ ପୁନରୁଦ୍ଧାର ଭାରତର ଇଚ୍ଛା ବୋଲି ମନ୍ତ୍ରାଳୟ କହିଥିଲା । ଏହା ସ୍ବାଗତଯୋଗ୍ୟ । କିନ୍ତୁ ମେ 5 ସୁଦ୍ଧା ଭାରତର ସ୍ଥିତିରେ ପୁନରୁଦ୍ଧାର ଦାବି ଉପରେ ମନ୍ତ୍ରାଳୟ କାହିଁକି ଚୁପ୍ ରହିଛି ବୋଲି ଚିଦାମ୍ବରମ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ଏହି ବିବୃତ୍ତି ଅନ୍ୟ ଏକ ସ୍ବୀକାର ଯେ ଚୀନ ମେ 5 ରେ ସୀମା ସ୍ଥିତିକୁ ବଦଳାଇ ଦେଇଛି ।
ସୂଚନାଯୋଗ୍ୟ ଯେ, ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଗୁରୁବାର କହିଛନ୍ତି, ଚୀନ ସୀମାରେ ସ୍ୟନ୍ୟ ପ୍ରତ୍ୟାହାର ଏବଂ ଶାନ୍ତିର ସମ୍ପୂର୍ଣ୍ଣ ପୁନରୁଦ୍ଧାର ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରିବ ବୋଲି ଭାରତ ଆଶା କରୁଛି ।