ହାଇଦ୍ରାବାଦ: ଆସୁଛନ୍ତି ମା' । ଯାହାକୁ ନେଇ ଉତ୍ସାହିତ ଭକ୍ତ । ୯ ଦିନ ପର୍ଯ୍ୟନ୍ତ ମା' ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରି ବ୍ରତ ଆରମ୍ଭ କରିବେ ଶ୍ରଦ୍ଧାଳୁ । ଏହି 9 ଦିନ ଅଲଗା ଅଲଗା ରୁପରେ ପୂଜା ପାଇବେ ମା' । ଏଥର 29 ସେପ୍ଟେମ୍ବରରେ ପଡୁଛି ନବରାତ୍ରୀର ପ୍ରଥମ ଦିନ । ତେବେ କାହିଁକି ପାଳନ କରାଯାଏ ନବରାତ୍ରୀ । କଣ ରହିଛି ଏହା ପଛର ମହତ୍ତ୍ବ । ଜାଣନ୍ତୁ...
କଣ ରହିଛି ପୈରାଣିକ ତଥ୍ୟ
ଶାସ୍ତ୍ର ଅନୁସାରେ ନବରାତ୍ରୀର ପର୍ବ ପାଳନର ଦୁଇଟି କାରଣ ଦର୍ଶାଯାଇଛି । ପ୍ରଥମତଃ ପୈରାଣିକ କଥା ଅନୁସାରେ, ମହିଷାଶୁର ନାମକ ଏକ ରାକ୍ଷାସ ଥିଲା । ଯିଏ ବ୍ରହ୍ମାଙ୍କର ବଡ ଭକ୍ତ ଥିଲା । ସେ ନିଜର ତପ ବଳରେ ବ୍ରହ୍ମାକୁ ପ୍ରସନ୍ନ କରି ଏକ ବରପ୍ରାପ୍ତି କରିଥିଲା । ବରଦାନରେ ସେ ମାଗିଥିଲା ଦେବ, ଦାନବ ଅବା ପୃଥିବୀରେ ବାସ କରୁଥିବା କେହିବି ଯେମିତି ତାର ବଦ୍ଧ ନକରିପାରନ୍ତି । ବରଦାନ ପ୍ରାପ୍ତ ପରେ ସେ ଖୁବ୍ ନିର୍ଦ୍ଦୟ ପାଲଟି ଯାଇଥିଲା । ଏହାପରେ ସେ ତିନି ଲୋକରେ ଆତଙ୍କ ଆରମ୍ଭ କରିଦେଲା । ଆତଙ୍କରେ ଅତିଷ୍ଠ ହୋଇ ଚିନ୍ତାରେ ଦେବୀ ଦେବତା ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର ମିଶି ମା' ଶକ୍ତି ରୁପରେ ଦୁର୍ଗାଙ୍କୁ ଜନ୍ମ ଦେଇଥିଲେ । ଏହିଦିନ ଅସତ୍ୟ ଉପରେ ସତ୍ୟର ଜୟ ହୋଇଥିଲା । ସେହିଦିନକୁ ଦଶହରା ରୁପରେ ପାଳନ କରାଯାଇଥାଏ ।
ଆଉ ଏକ ତଥ୍ୟ ଅନୁସାରେ, ଭଗବାନ ଶ୍ରୀରାମ ଲଙ୍କାରେ ଆକ୍ରମଣ କରିବା ପୂର୍ବରୁ ରାବଣକୁ ପରାସ୍ତ କରିବା ନିମନ୍ତେ ଶକ୍ତି ଦେବୀ ମା' ଭଗବତୀଙ୍କୁ ଆରାଧନା କରିଥିଲେ । ରାମେଶ୍ବରରେ ସେ ନଅ ଦିନ ଧରି ମାତାଙ୍କ ପୂଜା କରିଥିଲେ । ତାଙ୍କ ଭକ୍ତିରେ ପ୍ରସନ୍ନ ହୋଇ ମା' ଶ୍ରୀରାମଙ୍କୁ ବିଜୟପ୍ରାପ୍ତିର ଆର୍ଶୀବାଦ ଦେଇଥିଲେ । ଦଶମ ଦିନ ଭଗବାନ ରାମ ରାବଣକୁ ହରାଇ ଲଙ୍କାରେ ବିଜୟ ପ୍ରାପ୍ତ କରିଥିଲେ । ସେହି ଦିନକୁ ବିଜୟା ଦଶମି ରୁପରେ ପାଳନ କରାଯାଏ ।