ଓଡିଶା

odisha

ETV Bharat / bharat

ନିଆରା ପରମ୍ପରା: ଦିନକୁ ପୂର୍ବରୁ କେରଳରେ ପାଳନ ହୁଏ ଇଦ - uddupi

ଆଜି ସବୁଆଡେ ଉତ୍ସବର ମାହୋଲ । ରମଜାନ ମାସ ସରିବା ପରେ ଇଦ ପାଳୁଛି ସମଗ୍ର ଦେଶ ।

ପ୍ରତିକାତ୍ମକ ଫଟୋ

By

Published : Jun 5, 2019, 3:20 PM IST

ନୂଆଦିଲ୍ଲୀ: ଶେଷ ହୋଇଛି ମୁସଲମାନଙ୍କ ପବିତ୍ର ରମଜାନ ମାସ । ଆଜି ଇଦ ବା ଇଦ-ଉଲ-ଫିତର ପାଳନ କରୁଛନ୍ତି ଇସଲାମିକ ଭାଇଭଉଣୀମାନେ । ଦେଶର ସମସ୍ତ ମସଜିଦରେ ଲାଗିଛି ପ୍ରବଳ ଭିଡ । ତେବେ ଦେଶରେ ଇଦର ତାରିଖ ବିଭିନ୍ନ ଦେଶରେ ଅଲଗା ଅଲଗା ଭାବେ ପାଳନ କରାଯାଏ । କାରଣ ସମସ୍ତେ ଇଦର ଚାନ୍ଦ ଉପରେ ନିର୍ଭର କରିଥାନ୍ତି ।

ତେବେ ସାରା ଭାରତରେ ଇଦ ପର୍ବର ପୂର୍ବ ଦିନ ଦକ୍ଷିଣ ଭାରତର କେରଳ ଓ ଉଡ୍ଡୁପୀରେ ପାଳନ କରାଯାଇଥାଏ । ଖବର ମୁତାବକ, କେରଳ ଓ ଉଡ୍ଡୁପିରେ ରମଜାନ ଏବଂ ଇଦ ସାଉଦି ଆରବର ତାରିଖ ହିସାବରେ ହୋଇଥାଏ । ଦେଶରେ ସମସ୍ତ ସ୍ଥାନରେ ଇଦ ଜୁନ 5ରେ ପାଳନ କରାଯାଉଥିବାବେଳେ କେରଳରେ ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଜୁନ 4 ତାରିଖରେ ପାଳନ ହୋଇଥାଏ ।

କୋଚିସ୍ଥିତ ମୁସଲିମ ଧର୍ମଗୁରୁ ଫଜଲୁର ରହମାନ ଏହାକୁ ଖଣ୍ଡନ କରି ଏହା ପଛରେ ଥିବା କାରଣ କହିଛନ୍ତି ଯେ, ଭୌଗୋଳିକ ସ୍ଥିତି ହିସାବରେ ଏଠାରେ ଗୋଟେ ଦିନ ପୂର୍ବରୁ ଇଦ ପାଳନ କରାଯାଇଥାଏ । ସେ ଆହୁରି କହିଛନ୍ତି ଯେ, ଆମେ ସାଉଦି ଆରବର କ୍ୟାଲେଣ୍ଡରକୁ ଅନୁସରଣ କରୁନି । କେରଳ ଓ ଉଡ୍ଡୁପୀ କୋଷ୍ଟାଲ ଏରିଆରେ ଅବସ୍ଥିତ । ଏହି ସ୍ଥାନରେ ରୋଜା ରଖିବାର 29 ଦିନରେ ଚାନ୍ଦ ଦେଖାଯାଇଥାଏ । କେତେଥର ଏହି ତାରିଖ ସାଉଦି ଆରବ ତାରିଖ ସହିତ ମିଶିଯାଇଥାଏ ସେଥିପାଇଁ ଲୋକମାନେ କେରଳ ଓ ଉଡ୍ଡପୀକୁ ସାଉଦି ଆରବର କ୍ୟାଲେଣ୍ଡର ତାରିଖ ସହ ତୁଳନା କରୁଛନ୍ତି ।

For All Latest Updates

ABOUT THE AUTHOR

...view details