ନୂଆଦିଲ୍ଲୀ: କୋରୋନା ମହାମାରୀର ଭୟାଭହତାରେ ବିଶ୍ବବାସୀ ଭୟାକ୍ରାନ୍ତ । କୋରୋନା ଭାଇରସର ବିସ୍ତାର ପରେ ଅନେକ ଦେଶର ସ୍ବାସ୍ଥ୍ୟବ୍ୟବସ୍ଥାର ବିକଳ ଚିତ୍ର ସାମ୍ନାକୁ ଆସିଛି । ଏବେ ଏହାକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ଆକଳନ । ଭାରତ ସମେତ ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳର ଦେଶଗୁଡିକ 2030 ସୁଦ୍ଧା ସମସ୍ତଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ 19ଲକ୍ଷ ନର୍ସ ଏବଂ ଧାଇ ଆବଶ୍ୟକତା ରହିଛି ବୋଲି କହିଛି 'ହୁ' । କୋରୋନାଭାଇରସ୍ ମହାମାରୀ ଦର୍ଶାଇଛି ଯେ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ନର୍ସମାନେ କେତେ ଗୁରୁତ୍ବପୂର୍ଣ୍ଣ।
2018 ସୁଦ୍ଧା, WHO ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳରେ 35ଲକ୍ଷ ନିୟୁତ ନର୍ସ ଏବଂ ଧାଇ ଥିଲେ । ୧୦, ୦୦୦ ଜନସଂଖ୍ୟାରେ ଏହା ମାତ୍ର 18ଜଣରରେ ସୀମିତ ରହିଥିଲା | ଯେତେବେଳେ କି 2014 ରେ ଏହି ସଂଖ୍ୟା 29 ଲକ୍ଷ ଥିଲା ଏବଂ ହାରାହାରି 10,000 ଜନସଂଖ୍ୟାରେ 16 ନର୍ସ ଏବଂ ଧାଇ ଥିଲେ | WHO ଦକ୍ଷିଣ-ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ପୁନମ କ୍ଷେତ୍ରପାଲ ସିଂ ମଙ୍ଗଳବାର ଦିନ ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ କହିଛନ୍ତି ଯେ ଏବେ ଅଗ୍ରଗତି ହୋଇଛି, କିନ୍ତୁ ଅଧିକ କାମ କରିବା ଆବଶ୍ୟକ ରହିଛି ।