ଓଡିଶା

odisha

ETV Bharat / bharat

ଜାଣନ୍ତୁ ଶାହିନବାଗ ଆନ୍ଦୋଳନର ସୂତ୍ରଧାର ଶରଜିଲଙ୍କ ବିଷୟରେ...

ଶାହିନବାଗରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରଦର୍ଶନ କରିବା ସମୟରେ ଚର୍ଚ୍ଚାକୁ ଆସିଥିଲେ ଶରଜିଲ ଇମାମ । ଏହାପରେ ଆଲିଗଡ ମୁସଲିମ ୟୁନିଭର୍ସିଟିରେ ବିବାଦୀୟ ବୟାନ ଦେଇ ଫସିଛନ୍ତି ଶରଜିଲ । ଅଧିକ ପଢନ୍ତୁ...

sharjeel imam
ଫାଇଳ ଫଟୋ

By

Published : Jan 29, 2020, 1:58 AM IST

ନୂଆଦିଲ୍ଲୀ: ଶାହିନବାଗରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରଦର୍ଶନ କରିବା ସମୟରେ ଚର୍ଚ୍ଚାକୁ ଆସିଥିଲେ ଶରଜିଲ ଇମାମ । ଏହାପରେ ଆଲିଗଡ ମୁସଲିମ ୟୁନିଭର୍ସିଟିରେ ବିବାଦୀୟ ବୟାନ ଦେଇ ଫସିଛନ୍ତି ଶରଜିଲ । ଆଇଆଇଟି ବମ୍ବେରୁ ପାସଆଉଟ ହୋଇ ଶରଜିଲ ବର୍ତ୍ତମାନ ଜେଏନୟୁରେ ପିଏଚଡି କରୁଛନ୍ତି । ମାତ୍ର ବର୍ତ୍ତମାନ ତାଙ୍କୁ ଉପରେ ଦେଶଦ୍ରୋହର ମାମଲା । ଦେଶର ଅନେକ ରାଜ୍ୟ ଶରଜିଲଙ୍କ ବିରୋଧରେ ଦେଶଦ୍ରୋହର ଅଭିଯୋଗ ଆଣିଛି । ଅର୍ଥାତ ସେ ବର୍ତ୍ତମାନ ବିଭିନ୍ନ ରାଜ୍ୟର ଅଦାଲତର ସାମ୍ନା କରିବେ ।

ଶରଜିଲ ଇମାମ ସେଣ୍ଟ ଜାଭିୟର ପାଟନା ଓ ଡିପିଏସ ବସନ୍ତକୁଞ୍ଜ ଦିଲ୍ଲୀରେ ସ୍କୁଲ ଶିକ୍ଷା ପରେ ଆଇଆଇଟି ବମ୍ବେରେ କମ୍ପ୍ୟୁଟର ସାଇନ୍ସରେ ବିଟେକ୍ ଓ ଏମଟେକ୍ କରିଛନ୍ତି । ଶରଜିଲ ୟୁନିଭର୍ସିଟି ଅଫ୍ କୋପେନହେଗନ ଠାରେ ପ୍ରୋଗାମର ଥିଲେ । ଆଇଆଇଟି ବମ୍ବେରେ ବି ସେ ପାଠ ପଢାଇଛନ୍ତି । ଏହାସହ ଜୁପିଟର ନେଟୱାର୍କରେ ସଫ୍ଟୱେୟାର ଇଞ୍ଜିନିୟର ପଦ ଉପରେ କାମ କରିଛନ୍ତି ।

ବିହାରର ଜହାନାବାଦ ନିବାସୀ ଶରଜିଲ ଦିଲ୍ଲୀର ଜବାହାର ଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ପିଏଚଡି କରୁଛନ୍ତି । ଅନ୍ୟପକ୍ଷେ ଶରଜିଲଙ୍କ ପିତା ଅକବର ଇମାମ ବିହାରର ଶାସକ ଦଳ ଜନତା ଦଳ ୟୁନାଇଟେଡରୁ ବିଧାନସଭାର ନିର୍ବାଚନ ଲଢିଛନ୍ତି ମାତ୍ର ସେ ହାରିଯାଇଥିଲେ । ଶରଜିଲଙ୍କୁ ବର୍ତ୍ତମାନ ଶାହିନବାଗ ଆନ୍ଦୋଳନ ସୁତ୍ରଧର କୁହାଯାଉଥିଲା ବେଳେ ଶାହିନବାଗ କିନ୍ତୁ ଏହାକୁ ଖଣ୍ଡନ କରିଛି ।

ସୋସିଆଲ ମିଡିଆରେ ଶରଜିଲଙ୍କ ଦୁଇଟି ଭିଡିଓ କାଫି ଚର୍ଚ୍ଚାର ବିଷୟ ପାଲଟିଛି । ଶରଜିଲ ଦେଶବିରୋଧି ବୟାନ ଦେଇଥିବା ଆରୋପ ହୋଇଛି । ବୟାନରେ ଉତ୍ତରପୂର୍ବ ରାଜ୍ୟ ଖାସ କରି ଆସାମକୁ ଭାରତରୁ ଅଲଗା କରିଦେବା ଭଳି କଥା ରହିଛି । କେବେଳ ଏତିକି ନୁହେଁ ଶରଜିଲଙ୍କ ବୟାନକୁ ନେଇ ବର୍ତ୍ତମାନ ରାଜନୀତି ମଧ୍ୟ ଜୋର ଧରିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଘେରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଅନ୍ୟପକ୍ଷେ ବିହାରର ଜାହାନାବାଦରୁ ଶରଜିଲକୁ ଗିରଫ କରିଛି ଦିଲ୍ଲୀ ପୋଲିସ ।

ABOUT THE AUTHOR

...view details