ନୂଆଦିଲ୍ଲୀ: ଦେଶରେ ଏନପିଆର, ଏନଆରସି ଓ ସିଏଏକୁ ବିରୋଧ କରୁଥିବା ଲୋକଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ଦେଶକୁ କଣ ଧର୍ମଶାଳା କରିବାକୁ ଦିଆଯିବ ? ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଧର୍ମେନ୍ଦ୍ର ଏହା କହିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଭାରତରେ ରହିବାର ଅଛି ତ ଭାରତ ମାତା କି ଜୟ କହିବାକୁ ପଡିବ । ଧର୍ମେନ୍ଦ୍ରଙ୍କ ଏହି ଟାର୍ଗେଟ ଏନପିଆର, ଏନଆରସିଓ ସିଏଏକୁ ବିରୋଧ କରୁଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଧର୍ମେନ୍ଦ୍ରଙ୍କ ଏହି ବୟାନ ପରେ ବିରୋଧୀ ଶିବିରରେ କମ୍ପନ ସୃଷ୍ଟି ହୋଇଛି । ବିରୋଧୀ କହିଛନ୍ତି ଦେଶଭକ୍ତି ଧର୍ମେନ୍ଦ୍ରଙ୍କ ଠାରୁ ଶିଖିବାର ଆବଶ୍ୟକତା ନାହିଁ । ପ୍ରଶ୍ନ ଉଠୁଛି ଭାରତ ମାତା ଜୟ କହିବାରେ ଅସୁବିଧା କାହିଁକି ?
ଭାରତ ମାତା ଜୟ କହିବାରେ ଅସୁବିଧା କାହିଁକି?
ବାରମ୍ବାର ଭାରତ ମାତା ଜୟ କହିବେ ନାହିଁ ବୋଲି ବିରୋଧୀ ହଲ୍ଲାବୋଲ କରୁଥିବା ବେଳେ ସରକାର ବିରୋଧୀଙ୍କୁ ମଧ୍ୟ କଡା ଭର୍ତ୍ସନା କରୁଛନ୍ତି । ଦେଶରେ ପୁଣିଥରେ ଭାରତ ମାତାକୁ ନେଇ କ୍ଷମତା ରାଜନୀତି ଆରମ୍ଭ ହୋଇଯାଇଛି । ଭାରତ ମାତା କି ଜୟକୁ ନେଇ ଏବେ ସରକାର ବିରୋଧୀ ମୁହାଁମୁହିଁ । ଉତ୍ତର ପ୍ରଦେଶ ମିରଟରେ ପାକିସ୍ତାନ ଜିନ୍ଦାବାଦ ନାରା ଦେଉଥିବା ଆନ୍ଦୋଳନକାରୀଙ୍କୁ ପୋଲିସ ପାକିସ୍ତାନ ଚାଲିଯାଅ ବୋଲି କହିବା ପରେ ଏହି ପ୍ରସଙ୍ଗ ପୁଣିଥରେ ଫେରିଛି । କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ କହିଛନ୍ତି ଭାରତରେ ରହିବାର ଅଛି ତ ଭାରତ ମାତାକି ଜୟ କହିବାର ଆବଶ୍ୟକତା ଅଛି । ଏହାସହ ସେ କହିଛନ୍ତି ମିରଟରେ ଆନ୍ଦୋଳନକାରୀ ପାକିସ୍ତାନ ଜିନ୍ଦାବାଦ କହିଥିଲେ ଯେଉଁଥିପାଇଁ ଏସପି ଆନ୍ଦୋଳନକାରୀଙ୍କୁ ପାକିସ୍ତାନ ଯିବାକୁ କହିଥିଲେ । ସେଠାରେ ୟୁପି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କହି ଦେଶ ବିରୋଧୀ ନାରାବାଜୀ କରିବେ ତାଙ୍କୁ ଦେଶ କେବେ କ୍ଷମା କରିବ ନାହିଁ । ତେବେ କାହିଁକି ଭାରତ ମାତାକୁ ନେଇ ରାଜନୀତି ବଢୁଛି? କାରଣ ସରକାର ଆଣିଥିବା ସିଏଏ ଆଇନକୁ ନେଇ ଏବେ ବିରୋଧୀ ବିରୋଧ କରିବା ଆଳରେ ଦେଶ ବିରୋଧୀ ନାରାବାଜୀ କରୁଛନ୍ତି । ଗୋଟିଏ ପଟେ ସରକାର ସିଏଏ ସପକ୍ଷରେ ବାରମ୍ବାର ସ୍ପଷ୍ଟିକରଣ ଦେଉଥିବା ବେଳେ ବିରୋଧୀ ଆନ୍ଦୋଳନରେ ମାତିଛନ୍ତି ।
ଭାରତ ମାତା ଜୟକୁ ନେଇ କଣ କହୁଛି ପୁରାଣ ଶାସ୍ତ୍ର