ନୂଆଦିଲ୍ଲୀ: ଗତ 11 ତାରିଖରେ ଜମ୍ମୁକାଶ୍ମୀର ପୋଲିସ ଜଣେ ରାଷ୍ଟ୍ରପତି ପଦକପ୍ରାପ୍ତ ଡିଏସପିଙ୍କ ସମେତ 2 ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀକୁ ଗିରଫ କରିଥିଲା । ସେହି ଡିଏସପି ଜଣକ ହେଉଛନ୍ତି ଦାଭିନ୍ଦର ସିଂ । ଆସନ୍ତୁ ତାଙ୍କ ବିଷୟରେ ଜାଣିବା.....
ଦାଭିନ୍ଦର ସିଂ ଗତବର୍ଷ ଅଗଷ୍ଟ 15 ତାରିଖରେ ରାଷ୍ଟ୍ରପତିଙ୍କ ଠାରୁ ପୋଲିସ ପଦକ ଗ୍ରହଣ କରିଥିଲେ । ସେ ଜମ୍ମୁକାଶ୍ମୀର ପୋଲିସର ଅପହରଣ ବିରୋଧୀ ସ୍କ୍ବାର୍ଡରେ କାମ କରୁଥିବା ବେଳେ ଶ୍ରୀନଗର ଆନ୍ତର୍ଜାତୀୟ ବିମାନବନ୍ଦରରେ ନିୟୋଜିତ ଥିଲେ । ଏହା ପୂର୍ବରୁ ସେ ଏସଓଜିର ଇନସ୍ପେକ୍ଟର ଭାବେ କାର୍ଯ୍ୟ କରିଥିଲେ ।
ଅଫଜଲ ଗୁରୁ ତାଙ୍କ ନାମରେ ଆଣିଥିଲେ ଆରୋପ
2004 ମସିହାରେ ସଂସଦ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଅଫଜଲ ଦାଭିନ୍ଦର ସିଂଙ୍କ ନାମରେ ଅଭିଯୋଗ କରିଥିଲେ । ସେ ତିହାର ଜେଲରେ ଥିବା ବେଳେ ନିଜ ଓକିଲଙ୍କୁ ଦାଭିନ୍ଦରଙ୍କ ବିଷୟରେ ଚିଠି ମାଧ୍ୟମରେ ଜଣାଇଥିଲେ । ଦାଭିନ୍ଦର ତାଙ୍କୁ ଦିଲ୍ଲୀକୁ ଲୋକ ନେବା ପାଇଁ ନିର୍ଦ୍ଦେଶ ଦେବା ସହ ରହିବା ପାଇଁ ବ୍ୟବସ୍ଥା କରିଥିବା ଚିଠିରେ ଲେଖିଥିଲେ । ଅଫଜଲ ଦିଲ୍ଲୀ ନେଇଥିବା ଲୋକ 2001 ଡିସେମ୍ବର 13 ତାରିଖରେ ପାର୍ଲାମେଣ୍ଟ ଆକ୍ରମଣରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ । ଅଫଜଲ ଗୁରୁକୁ 2013 ମସିହାରେ ଫାଶୀ ଦିଆଯାଇଥିଲା ।
ଆତଙ୍କବାଦୀଙ୍କ ଧରିବାକୁ ଥିଲା ଯୋଜନା, ଧରାପଡିଲେ ଦାଭିନ୍ଦର
ଦକ୍ଷିଣ କାଶ୍ମୀରରେ ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, କାରରେ ଯାତ୍ରା କରୁଥିବା ଜଣେ ଶୀର୍ଷ ଆତଙ୍କବାଦୀଙ୍କ ବିଷୟରେ ଜଣେ ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଗାଡି ଅଟକ ରଖାଯାଇଥିଲା । ହେଲେ ନିର୍ଦ୍ଦେଶ ଦେଇଥିବା ଅଧିକାରୀ ଜଣକ ତାଙ୍କ ସହ ଥିବା ପୋଲିସ ଅଧିକାରୀଙ୍କ ବିଷୟରେ କୌଣସି ସୂଚନା ଦେଇ ନଥିଲେ । ଏପରିକି ଦାଭିନ୍ଦର ଆତଙ୍କବାଦୀଙ୍କ ସହ ଧରା ପଡିବାପରେ ଡେପୁଟି ଇନିସପେକ୍ଟର ଅଫ ପୋଲିସ ଓ ଅନ୍ୟମାନେ ତାଙ୍କୁ ଚାପୁଡା ମାରିଥିବା ସେ ପ୍ରକାଶ କରିଛନ୍ତି ।
ଏକ ସମ୍ବେଦନଶୀଳ ଘଟଣା