ଓଡିଶା

odisha

ETV Bharat / bharat

ନେତାମାନଙ୍କୁ କୋରୋନା ଭାଇରସ ସ୍ଥିତି ଉପରେ ଧ୍ୟାନ ଦେବାକୁ ଡବ୍ଲୁଏଚଓର ଅନୁରୋଧ - ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନୋମ୍ ଘେବ୍ରେଏସସ୍ ନେତାମାନଙ୍କୁ ଶାନ୍ତି ବଜାୟ ରଖିବା ସହ ଭାଇରସ ବିରୋଧରେ ଲଢେଇ ଜାରି ରଖିବା ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି।

ନେତାମାନଙ୍କୁ କୋରୋନା ଭାଇରସ ସ୍ଥିତି ଉପରେ ଧ୍ୟାନ ଦେବାକୁ ଡବ୍ଲୁଏଚଓର ଅନୁରୋଧ
ନେତାମାନଙ୍କୁ କୋରୋନା ଭାଇରସ ସ୍ଥିତି ଉପରେ ଧ୍ୟାନ ଦେବାକୁ ଡବ୍ଲୁଏଚଓର ଅନୁରୋଧ

By

Published : Oct 15, 2020, 9:32 PM IST

ନୂଆଦିଲ୍ଲୀ: ପ୍ରତ୍ୟେକ ଦିନ ବିଭିନ୍ନ ଦେଶରେ ନୂଆ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏଭଳି ସ୍ଥିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନୋମ୍ ଘେବ୍ରେଏସସ୍ ନେତାମାନଙ୍କୁ ଶାନ୍ତି ବଜାୟ ରଖିବା ସହ ଭାଇରସ ବିରୋଧରେ ଲଢେଇ ଜାରି ରଖିବା ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି ।

ଘେବ୍ରେଏସସ୍ ଟ୍ୱିଟରରେ କହିଛନ୍ତି, ଏହା ଏକ ମହାମାରୀ: ଦୁର୍ବଳ ଲୋକଙ୍କୁ ନୁହେଁ, ଜୀବାଣୁକୁ ଅନୁସରଣ କରନ୍ତୁ। ଅନ୍ୟ ଏକ ଟ୍ବିଟରେ ସେ କହିଛନ୍ତି, ‘ଶାନ୍ତି’ । ଖୁସିର କଥା ଏହା ଯେ ଡବ୍ଲୁଏଚଓ ମହାନିର୍ଦ୍ଦେଶକ ହିନ୍ଦୀରେ ଏହି ଟ୍ୱିଟ୍ କରିଛନ୍ତି ।

ଏହାପୂର୍ବରୁ ଏକ ଭିଡିଓ ବାର୍ତ୍ତାରେ ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଦେଶଗୁଡିକୁ ଅନୁରୋଧ କରିଥିଲେ ଯେ, ରୋଗ ପ୍ରତିରୋଧକ ବଦଳରେ ଆକ୍ରାନ୍ତ ଚିହ୍ନିବା, ଆଇସୋଲେସନ, ଟେଷ୍ଟିଙ୍ଗ, କମପ୍ୟାସନେଟ କେୟାର, କଣ୍ଟାକ୍ଟ ଟ୍ରେସିଙ୍ଗ, କ୍ବାରେଣ୍ଟାଇନ, ଶାରୀରିକ ଦୂରତା, ହାତ ସଫା, ମାସ୍କ, କ୍ୱାଣ୍ଟିନ, ଶ୍ୱାସକ୍ରିୟା ଶ୍ବାସନଳୀ, ଭେଣ୍ଟିଲେସନ୍, ଭିଡ଼ରୁ ଦୂରେଇ ରହିବା ଆଦି ପାଳନ କରନ୍ତୁ ।

ଜନ୍ ହପକିନ୍ସ କୋରୋନା ଟ୍ରାକର ଅନୁଯାୟୀ, ସାରା ବିଶ୍ୱରେ 38 କୋଟି, 4 ଲକ୍ଷ 41 ହଜାର 934 ଲୋକ କୋରୋନା ସଂକ୍ରମିତ ହୋଇଛନ୍ତି । ଏହାଛଡା ମାରାତ୍ମକ ଭାଇରସ କାରଣରୁ ଏଯାବତ୍ ବିଶ୍ବରେ 1, 091,439 ଲୋକଙ୍କର ମୃତ୍ୟୁ ଘଟିଛି ।

ABOUT THE AUTHOR

...view details