ମୁମ୍ବାଇ: ଏସିଆର ସର୍ବବୃହତ ଜନବହୁଳ ବସ୍ତି ‘ଧାରାବୀ’ର ପ୍ରସଂଶା କରିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)ର ମୁଖ୍ୟ ଟେଡ୍ରୋସ୍ ଆଡନୋମ୍ । କୋରୋନା ସଂକ୍ରମଣ ରୋକିବାରେ ସଫଳ ହୋଇଥିବା ଅନେକ ଦେଶକୁ ସେ ପ୍ରଶଂସା କରିଛନ୍ତି। ଏହି ଦେଶଗୁଡିକ ହେଲା ଇଟାଲୀ, ସ୍ପେନ୍ ଓ ଦକ୍ଷିଣ କୋରିଆ ହୋଇଥିବା ବେଳେ ମୁମ୍ବାଇର ଧାରାବୀ ମଧ୍ୟ ରହିଛି । ସଂକ୍ରମଣ ରୋକିବାରେ ଧାରାବୀ ଦ୍ବାରା ଗ୍ରହଣ କରାଯାଇଥିବା ପଦକ୍ଷେପକୁ ପ୍ରସଂଶା କରିଛନ୍ତି ସେ ।
‘ଧାରାବୀ’ ପ୍ରସଂଶାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ - tedros adhanom praises efforts of dharavai
ଏସିଆର ସର୍ବବୃହତ ଜନବହୁଳ ବସ୍ତି ‘ଧାରାବୀ’ର ପ୍ରସଂଶା କରିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)ର ମୁଖ୍ୟ ଟେଡ୍ରୋସ୍ ଆଡନୋମ୍ ।
ସେ କହିଛନ୍ତି, କୋରୋନା ସଂକ୍ରମଣରେ କିଛି ଦେଶ ଉଦାହରଣ ସୃଷ୍ଟି କରିଛି । ଇଟାଲୀ, ସ୍ପେନ୍ ଓ ଦକ୍ଷିଣ କୋରିଆ ସହିତ ମେଗାସିଟି ମୁମ୍ବାଇର ଜନବହୁଳ ଅଞ୍ଚଳ ଧାରାବୀ ମଧ୍ୟ । ଏହି ସ୍ଥାନଗୁଡିକରେ ସଚେତନତା ଅଭିଯାନ କରାଯାଇଥିଲା । କୋରୋନା ପରୀକ୍ଷା, ଅନୁସନ୍ଧାନ ଓ ଆଇସୋଲେସନ୍ ସହିତ ଜଡିତ ମୌଳିକ ଜିନିଷର ଯତ୍ନ ନିଆଗଲା । କୋରୋନା ସଂକ୍ରମଣକୁ ରୋକିବା ଓ ଦୂର କରିବା ପାଇଁ ପ୍ରତ୍ୟେକ ରୋଗୀ ଚିକିତ୍ସିତ ହେଉଥିଲେ।
ଧାରାବୀରେ ପ୍ରତିଦିନ ଶହ ଶହ ସଂକ୍ରମଣ ମାମଲା ସାମ୍ନାକୁ ଆସୁଥିବା ବେଳେ ଗୁରୁବାର କେବଳ 9ଟି ମାମଲା ହିଁ ଦେଖିବାକୁ ମିଳିଥିଲା । ଏହାକୁ ମିଶାଇ ଧାରାବୀରେ ବର୍ତ୍ତମାନ ସୁଦ୍ଧା 2347 ମାମଲା ସାମ୍ନାକୁ ଆସିଛି । ଅନ୍ୟପକ୍ଷ 24 ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ସଂଖ୍ୟକ 26 ହଜାର ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ସୁଦ୍ଧା ଦେଶରେ 8 ଲକ୍ଷ ପାଖାପାଖି କୋରୋନା ମାମଲା ।