ଓଡିଶା

odisha

ETV Bharat / bharat

କୋରୋନା ମୁକାବିଲାରେ ବିଶ୍ବକୁ ବାଟ ଦେଖାଇବ ଭାରତ

କୋରୋନା ମୁକାବିଲାରେ ଭାରତର ପଦକ୍ଷେପକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ପ୍ରଶଂସା । ପୋଲିଓ ଓ ମିଳିମିଳା ଭଳି ଘାତକ ରୋଗକୁ ନିୟନ୍ତ୍ରିତ କରିପାରିଥିବା ଭାରତ ଏବେ କୋରୋନାକୁ କାବୁ କରିପାରିବ ବୋଲି WHO କହିଛି । ଅଧିକ ପଢନ୍ତୁ...

corona virus
କୋରୋନା ମୁକାବିଲାରେ ବିଶ୍ବକୁ ବାଟ ଦେଖାଇବ ଭାରତ

By

Published : Mar 24, 2020, 11:17 AM IST

Updated : Mar 24, 2020, 11:23 AM IST

ନୂଆଦିଲ୍ଲୀ: ଭାରତକୁ WHOର ପ୍ରଶଂସା । କୋରୋନା ରୋକିବା ଦିଗରେ ଭାରତର ପଦକ୍ଷେପକୁ ଭୁରିଭୁରି ପ୍ରଶଂସା କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ବିଶ୍ବର 2ୟ ବୃହତ ଜନସଂଖ୍ୟା ଭାରତରେ ଲକ ଡାଉନ ବ୍ୟବସ୍ଥାକୁ ଯଦି କଡାକଡି ପାଳନ ହୁଏ ତେବେ କୋରୋନା ଚେନକୁ ନିୟନ୍ତ୍ରିତ କରିଯାଇ ପାରିବ ବୋଲି କହିଛନ୍ତି WHOର କାର୍ଯ୍ୟକାରୀ ନିର୍ଦ୍ଦେଶକ ମାଇକେଲ ଜେ ରିୟାନ । ଆଉ ଏଭଳି ଆକ୍ରମଣାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।

WHOର କାର୍ଯ୍ୟକାରୀ ନିର୍ଦ୍ଦେଶକ ମାଇକେଲ ଜେ.ରିୟାନଙ୍କ ଅନୁୟାୟୀ, ଜନସ୍ବାସ୍ଥ୍ୟ କ୍ଷେତ୍ରରେ ଭାରତ ନିଜକ ଆକ୍ରମଣାତ୍ମକ କାର୍ଯ୍ୟ ଜାରି ରଖିବା ଅତ୍ୟନ୍ତ ଜରୁରୀ । ମାଇକେଲ ରିୟାନ ଆହୁରି କହିଛନ୍ତି, ଭାରତ ପାଖରେ ମହାମାରୀକୁ କୋରୋନାକୁ କାବୁ କରିବାର ସେ କ୍ଷମତା ରହିଛି । କାରଣ ଏହା ପୂର୍ବରୁ ଭାରତ ସାଟେଲାଇଟ କିଲର ବସନ୍ତ ଓ ପୋଲିଓ ରୋଗକୁ କାବୁ କରିପାରିଛି । ତେବେ ଏଭଳି ସ୍ଥିତିରେ ଭାରତ ଏହାର ସଠିକ ମୁକାବିଲା କରିପାରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

ସେପଟେ, ବିଶ୍ବବ୍ୟାପୀ କୋରୋନାକୁ ନେଇ ସୃଷ୍ଟି ହୋଇଥିବା ଭୟକୁ ନେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟ୍ରେସ ଶାନ୍ତି ବଜାୟ ରଖିବାକୁ ଆହ୍ବାନ କରିଛନ୍ତି । ଏହାସହ ଅସ୍ତ୍ରବିରତି ଉଲ୍ଲଙ୍ଘନରୁ ନିବୃତ୍ତ ବିଶ୍ବବ୍ୟାପୀ ସମସ୍ତଙ୍କୁ ସେ ଆହ୍ବାନ ଦେଇଛନ୍ତି । ବର୍ତ୍ତମାନ ଆମେ ନିଜକୁ ବଞ୍ଚାଇବା ପାଇଁ ଏକତ୍ର ହୋଇ ଲଢେଇ କରିବା । ଶତ୍ରୁତାକୁ ପଛରେ ଛାଡି ଅବିଶ୍ବାସକୁ ଦୂର କରିବାର ସମୟ ଆସିଛି ।

Last Updated : Mar 24, 2020, 11:23 AM IST

ABOUT THE AUTHOR

...view details