ଓଡିଶା

odisha

ETV Bharat / bharat

ଟ୍ୟୁମରରେ ଆଖିବୁଜିଲା ଧଳାବାଘ କିରଣ - neoplastic-tumour

ଆଖୁବୁଝିଲା ଧଳା ପୁରୁଷ ବାଘ କିରଣ । 8 ବର୍ଷୀୟ ଏହି ବାଘଟି ଟ୍ୟୁମରରେ ପୀଡିତ ଥିବା ବେଳେ ଗୁରୁବାର ନେହେରୁ ପ୍ରାଣୀ ଉଦ୍ୟାନରେ ତାର ଦେହାନ୍ତ ହୋଇଛି।

ଟ୍ୟୁମରେ ଆଖିବୁଜିଲା ଧଳାବାଘ କିରଣ
ଟ୍ୟୁମରେ ଆଖିବୁଜିଲା ଧଳାବାଘ କିରଣ

By

Published : Jun 26, 2020, 8:11 AM IST

ହାଇଦ୍ରାବାଦ୍: ଆଖୁ ବୁଜିଲା ଧଳା ପୁରୁଷ ବାଘ କିରଣ । 8 ବର୍ଷୀୟ ଏହି ବାଘଟି ଟ୍ୟୁମରରେ ପୀଡିତ ଥିବା ବେଳେ ଗୁରୁବାର ନେହେରୁ ପ୍ରାଣୀ ଉଦ୍ୟାନରେ ତାର ଦେହାନ୍ତ ହୋଇଛି। ବାଘଟିର ପ୍ରାଣୀ ଉଦ୍ୟାନରେ ଅଧିକ ଯତ୍ନ ନିଆଯାଉଥିଲା ଓ ଉପଯୁକ୍ତ ଚିକିତ୍ସାରେ ରଖାଯାଇଥିଲା।

''ନେହେରୁ ପ୍ରାଣୀ ଉଦ୍ୟାନରେ ଜନ୍ମ ହୋଇଥିବା ଏହି 8 ବର୍ଷ ବୟସର ଧଳା ବାଘ କିରଣ ଜୁନ 25 ଗୁରୁବାର ସକାଳ 9.15 ରେ ଦେହାନ୍ତ ହୋଇଛି। ମୃତ ବାଘ କିରଣର ପିତାମାତା ବଦ୍ରି ଏବଂ ସମୀର ଅଟନ୍ତି।" ବୋଲି ନେହେରୁ ପ୍ରାଣୀ ଉଦ୍ୟାନର ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।''

ପ୍ରକାଶ ଯେ, "କିଛି ବର୍ଷ ପୂର୍ବେ କିରଣଙ୍କ ପିତା ବଦ୍ରି ଏବଂ ତାଙ୍କ ଜେଜେବାପା ରୁଦ୍ର 12 ବର୍ଷ ବୟସରେ ଏହି ଟ୍ୟୁମରରେ ମୃତ୍ୟୁବରଣ କରିଥିଲେ। ତେବେ ବାଘଟିର ମୃତଦେହ ପୋଷ୍ଟମର୍ଟମ କରାଯାଇଥିଲା ଏବଂ ପାଟିର ନିମ୍ନ ଭାଗରେ ଟ୍ୟୁମରର କ୍ଷତଗୁଡିକ ପରିଲକ୍ଷିତ ହୋଇଥିଲା। ପାଖାପାଖି 500 ଗ୍ରାମର ଏକ ନିଓପ୍ଲାଷ୍ଟିକ ଟ୍ୟୁମର ବିସ୍ତାର କରିଥିଲା।

ପ୍ରକାଶ ଯେ, ନିଓପ୍ଲାଷ୍ଟିକ୍ ଟ୍ୟୁମରରେ ବାଘଟିର ଫୁସଫୁସ୍ ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ଆସଫିକ୍ସିଆରେ ମୃତ୍ୟୁ ଘଟିଛି। ବାଘଟିର ସମସ୍ତ ନମୁନା ସଂଗ୍ରହ କରାଯାଇ ପରବର୍ତ୍ତୀ ପରୀକ୍ଷା ପାଇଁ VBRI, ଶାନ୍ତିନଗର, ହାଇଦ୍ରାବାଦକୁ ପଠାଯାଇଛି।

ABOUT THE AUTHOR

...view details