ଓଡିଶା

odisha

ETV Bharat / bharat

ଗଦାଗଦା ବିଚାରଧୀନ ଫାଇଲ, ଶୁଣିବାକୁ ନାହାନ୍ତି ବିଚାରପତି - lawyers

ତାଲିକାଭୁକ୍ତ ହୋଇ ନଥିବା ମାମଲାକୁ ସୁପ୍ରିମକୋର୍ଟରେ ଆଗତ କରିବା କାରଣରୁ ଆଇନଜୀବୀଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟ ବିଚାରପତି । ଏହାସହ ଜୀବନମରଣ ସମ୍ବନ୍ଧୀୟ ହୋଇ ନ ଥିବା କୌଣସି ମାମଲାର ଶୁଣାଣି କରାଯିବ ନାହିଁ ବୋଲି ରୋକଠୋକ କହି ଦେଇଛନ୍ତି ।

ଡିଜାଇନ ଫଟୋ

By

Published : Mar 29, 2019, 4:22 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ନାହାନ୍ତି ବିଚାରପତି । ବହୁଦିନରୁ କୋର୍ଟରେ ପଡିରହିଛି ମାମଲା । ଆଉ ଏଥିପାଇଁକ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ।ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇ ନଥିବା ମାମଲା ଆଗତ କରୁଥିବାରୁ ଆଇନଜୀବୀଙ୍କ ଉପରେ ବର୍ଷିଛନ୍ତି ଗୋଗୋଇ । ଏହାସହ ଜୀବନମରଣ ସମ୍ବନ୍ଧୀୟ ହୋଇ ନ ଥିବା କୌଣସି ମାମଲାର ଶୁଣାଣି କରାଯିବ ନାହିଁ ବୋଲି ରୋକଠୋକ ମନା କରି ଦେଇଛନ୍ତି ।

ମୁଖ୍ୟ ବିଚାରପତି ଆହୁରି କହିଛନ୍ତି ଯେ, ତାଲିକାଭୁକ୍ତ ହୋଇ ନ ଥିବା କୌଣସି ମାମଲାର ଶୁଣାଣି କରି ପାରୁ ନଥିବରୁ ଦୁଃଖିତ । ବର୍ତ୍ତମାନ500 ମାମଲା ତାଲିକାଭୁକ୍ତ ହୋଇଛି ହେଲେ ଶୁଣାଣି ପାଇଁ ନାହାନ୍ତି ବିଚାରପତି ।ମାତ୍ର ଆଇନଜୀବୀମାନେ ଅଣତାଲିକାଭୁକ୍ତ ମାମଲାର ଶୁଣାଣି କରିବାରେ ଲାଗିଛନ୍ତି ।

ପୂର୍ବରୁ ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ସମୟରେ ଦେଶରେ 3.3 କୋଟି ମାମଲା ଶୁଣାଣି ପାଇଁ ପଡି ରହିଥିବା କହିଛନ୍ତି । ଦେଶରେ ବର୍ତ୍ତମାନ ସୁଦ୍ଧାତଳକୋର୍ଟ ମାନଙ୍କରେ 2.84 କୋଟି ମାମଲା ପଡ଼ିରହିଥିବା ବେଳେହାଇକୋର୍ଟ ଏବଂ ସୁପ୍ରିମ୍‌କୋର୍ଟରେ ଯଥାକ୍ରମେ 43 ଲକ୍ଷ ଓ 57 ହଜାର 987ଟି ମାମଲା ପଡ଼ି ରହିଛି ।

ନ୍ୟାସନାଲ ଜୁଡିସିଆଲ ଡାଟା ଗାଇଡ(ଏନଜେଡିଜି) ଦ୍ବାରା ଜାରି କରାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି ଯେ ଦେଶର 5 ଟି ରାଜ୍ୟରେ ସବୁଠୁ ଅଧିକ ମାମଲା ପଡ଼ିରହିଛି । ଉତ୍ତର ପ୍ରଦେଶରେ 61.58 ଲକ୍ଷ, ମହାରାଷ୍ଟ୍ରରେ 33.22 ଲକ୍ଷ, ପଶ୍ଚିମବଙ୍ଗରେ 17.59 ଲକ୍ଷ, ବିହାରରେ 16.58 ଲକ୍ଷ ଏବଂ ଗୁଜରାଟରେ16.45 ଲକ୍ଷ ମାମଲା ବିଚାରାଧୀନ ଅବସ୍ଥାରେ ପଡି ରହିଛି ।

For All Latest Updates

ABOUT THE AUTHOR

...view details