ଓଡିଶା

odisha

ETV Bharat / bharat

ଚୀନକୁ କେବେ ଉପଯୁକ୍ତ ଉତ୍ତର ଦେବେ ମୋଦି ସରକାର: ସଞ୍ଜୟ ରାଉତ - ମୋଦି ସରକାର

ଗଲୱାନ ଘାଟିରେ ଭାରତ-ଚୀନ ମୁହାମୁହିଁ ଘଟଣାରେ ପ୍ରାୟ 20 ଜଣ ଯବାନ ଶହୀଦ ହୋଇଛନ୍ତି । ଏହି ଘଟଣାକୁ ନେଇ ବୁଧବାର ଶିବସେନା ନେତା ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶ୍ନ କରିଛନ୍ତ ଯେ ଚୀନକୁ କେବେ ଉପଯୁକ୍ତ ଉତ୍ତର ଦେବେ ଏବଂ କେବେ ଏହି ଘଟଣା ପଛର ପ୍ରକୃତ ସତ୍ୟ ପ୍ରକାଶ କରିବାକୁ ଅନୁରୋଧ କରିବେ?

_sanjay raut
ଚୀନକୁ କେବେ ଉପଯୁକ୍ତ ଉତ୍ତର ଦେବେ ମୋଦି ସରକାର

By

Published : Jun 17, 2020, 4:01 PM IST

ମୁମ୍ବାଇ: ଗଲୱାନ ଘାଟିରେ ଭାରତ-ଚୀନ ମୁହାମୁହିଁ ଘଟଣାରେ ପ୍ରାୟ 20 ଜଣ ଯବାନ ଶହୀଦ ହୋଇଛନ୍ତି । ଏହି ଘଟଣାକୁ ନେଇ ବୁଧବାର ଶିବସେନା ନେତା ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛନ୍ତ ଯେ ଚୀନକୁ କେବେ ଉପଯୁକ୍ତ ଉତ୍ତର ଦେବେ ଏବଂ କେବେ ଏହି ଘଟଣା ପଛର ପ୍ରକୃତ ସତ୍ୟ ପ୍ରକାଶ କରିବାକୁ ଅନୁରୋଧ କରିବେ? ଏଥିସହ ରାଜ୍ୟସଭା ସାଂସଦ ଏହା ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ଦ୍ଦେଶ କ୍ରମେ ଦେଶ ଯବାନଙ୍କ ମୃତ୍ୟୁର ପ୍ରତିଶୋଧ ନେବ।

ଚୀନକୁ କେବେ ଉପଯୁକ୍ତ ଉତ୍ତର ଦିଆଯିବ? ବିନା ବୁଲେଟ୍ ଫିଙ୍ଗି ଆମର 20 ଜଣ ଯବାନ ଶହୀଦ ହୋଇଛନ୍ତି। ଆମେ କଣ କରିଥିଲୁ? ଚୀନର କେତେଜଣ ଯବାନ ମରିଛନ୍ତି? କଣ ଚୀନ ଆମ ଅଞ୍ଚଳରେ ପ୍ରବେଶ କରିଛି କି? ଏଭଳି ସମୟରେ ପ୍ରଧାନମନ୍ତ୍ରୀ ଦେଶ ଆପଣଙ୍କ ସହିତ ଅଛି । କିନ୍ତୁ ସତ କଣ ? କୁହ । କୁହ । କିଛି କୁହ ଏଭଳି ଟ୍ବିଟ କରିଛନ୍ତି ସଞ୍ଜୟ ରାଉତ ।

ପ୍ରକାଶ ଥାଉକି, ପୂର୍ବ ଲଦାଖର ଗଲଓ୍ବାନ ଘାଟିରେ ଭାରତ-ଚୀନ ମୁହାଁମୁହିଁ ହେବା ଘଟଣାରେ 20 ଭାରତୀୟ ଯବାନ ଶହୀଦ ହୋଇଥିବା ନେଇ ଜଣାପଡିଛି । ପୂର୍ବରୁ ମଙ୍ଗଳବାର ଦ୍ବିପହରରେ ଭାରତୀୟ ସେନାର ଜଣେ ଅଧିକାରୀଙ୍କ ସମେତ 2 ଜଣ ଯବାନ ଶହୀଦ ହୋଇଥିଲେ । ତେବେ ଶହୀଦଙ୍କ ସଂଖ୍ୟା ବଢିପାରେ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି ।

ଅନ୍ୟପକ୍ଷେ ଏହି ଘଟଣାରେ ଚୀନ ସେନାର 35 ଜଣ ଯବାନ ନିହତ ହୋଇଥିବା ଜଣାପଡିଛି । ଅନେକ ଯବାନ ଆହତ ମଧ୍ୟ ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ହିଂସା ଉପୁଜିଥିଲା । ଗଲଓ୍ବାନ ଘାଟିରେ ସୀମା ବିବାଦକୁ ନେଇ ବୈଠକ ପରେ ସ୍ଥିତି ସାମାନ୍ୟ ଥିବାବେଳେ ପୁଣି ଥରେ ହିଂସା ଉପୁଜିଛି ।

ABOUT THE AUTHOR

...view details