ଓଡିଶା

odisha

ETV Bharat / bharat

ବର୍ଷର 365ଦିନ ମଶାରୀ ବ୍ୟବହାର ଜରୁରୀ - ଡେଙ୍ଗୁ, ମାଲେରିଆ

ଡେଙ୍ଗୁ, ମ୍ୟାଲେରିଆ ଭଳି ମାରାତ୍ମକ ରୋଗର ମୁଖ୍ୟ କାରଣ ହେଉଛି ମଶା । ତେବେ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଅନ୍ୟ ଋତୁ ଅପେକ୍ଷା ବର୍ଷା ଋତୁରେ ମଶାରୀର ବ୍ୟବହାର ଅଧିକ ହୋଇଥାଏ । କିନ୍ତୁ ମଶାର ବଂଶବୃଦ୍ଧି ଅନ୍ୟ ଋତୁରେ ମଧ୍ୟ ହୋଇଥାଏ । ରୋଗଠାରୁ ରକ୍ଷା ପାଇବା ପାଇଁ ବର୍ଷର 365 ଦିନ ମଶାରୀ ବ୍ୟବହାର କରିବା ଜରୁରୀ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Sep 12, 2019, 4:05 PM IST

ହାଇଦ୍ରାବାଦ: ଅଧିକ ବର୍ଷା ହେଉଥିବା ସ୍ଥାନରେ ମଶାଙ୍କ ସଂଖ୍ୟା ଅଧିକ ରହିଥାଏ ଓ ସେଠାକାର ବାସିନ୍ଦା ମଶାରୀର ବ୍ୟବହାର ଅଧିକ କରିଥାନ୍ତି ବୋଲି ଅଧ୍ୟୟନରୁ ଜଣାପଡିଛି । ଗ୍ରୀଷ୍ମ ଅପେକ୍ଷା ବର୍ଷା ଋତୁରେ ମଶାରୀ ବ୍ୟବହାର ବଢିଥାଏ । ଏହି ଅଧ୍ୟୟନରୁ ଏହା ମଧ୍ୟ ଜାଣିବାକୁ ମିଳିଛି କି କେଉଁ ମାସରେ ମଶାରୀ ବ୍ୟବହାର ବଢିଥାଏ ଓ ମାଲେରିଆ ବ୍ୟାପିବାର କେତେ ଦିନ ପୂର୍ବରୁ ମଶାରୀ ବ୍ୟବହାର କରାଯାଉଛି । ଯେଉଁ ସ୍ଥାନରେ ବର୍ଷାର ମାତ୍ରା ଅଧିକ ରହିଥାଏ ସେଠାରେ ମଶାଙ୍କ ସଂଖ୍ୟା ମଧ୍ୟ ଅଧିକ ରୁହେ ।

ପ୍ରତିବର୍ଷ ବର୍ଷା ଋତୁ ଆସିଥାଏ ଓ ଋତୁଚକ୍ରରେ ପରିବର୍ତ୍ତନ ଆସେ । ମାଲେରିଆ ମଧ୍ୟ ପ୍ରତିବର୍ଷ ହୋଇଥାଏ । ତେଣୁ ଯେଉଁମାନେ ପୁରା ବର୍ଷ ମାଶାରୀ ବ୍ୟବହାର କରିଥାନ୍ତି, ସେମାନଙ୍କୁ ମାଲେରିଆ ହେବାର ସମ୍ଭାବନା ନଥାଏ । ଶୁଷ୍କ ଥିବା ଅଞ୍ଚଳ ଗୁଡିକରେ ବର୍ଷା ଆରମ୍ଭ ହେବାର ଆଠ ସପ୍ତାହ ପରେ ଲୋକେ ମଶାରୀ ବ୍ୟବହାର କରିଥାନ୍ତି କାରଣ ମଶାଙ୍କ ପ୍ରଜନନରେ ସମୟ ଲାଗିଥାଏ ।

ଅଧ୍ୟୟନ କରିବା ପାଇଁ ଗବେଷକ କିଛି ବର୍ଷର ମଶାରୀ ବ୍ୟବହାର କରାଯାଉଥିବା ଡାଟାକୁ ବିଚାର କରିଥିଲେ। ଏଥିରେ ତାପମାତ୍ରା, ଜନସଂଖ୍ୟା, ମାଲେରିଆର ମାତ୍ର ଆଦିକୁ ଅନ୍ତର୍ଭୂକ୍ତ କଲେ। ବର୍ଷା ଋତୁରେ ମଶାରୀ ବ୍ୟବହାର ବଢିଥିବା ବେଳେ ଅଚାନକ ଗ୍ରୀଷ୍ମ ଋତୁରେ ଏହାର ବ୍ୟବହାର କମିଥିଲା । ମଶାରୀ ବ୍ୟବହାର ବିଷୟରେ ଜାଣିବାକୁ ହେଲେ ପ୍ରଥମେ ଋତୁ ବିଷୟରେ ଅବଗତ ହେବା ଜରୁରୀ ।


ମଶା ବ୍ୟାପୁଥିବା ସମୟରେ ମଶାରୀ ବ୍ୟବହାର ନକରି ବର୍ଷ ଯାକ ମଶାରୀ ବ୍ୟବହାର କରିବା ଆବଶ୍ୟକ । ଏଥି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରି ଲୋକଙ୍କୁ ସଚେତନ କରିବା ଜରୁରୀ ଓ ଏହା ଲୋକଙ୍କୁ ଅବଗତ ହେବା ଆବଶ୍ୟକ କି, ଗ୍ରୀଷ୍ମ ଋତୁରେ ମଧ୍ୟ ମଶା ବଂଶ ବୃଦ୍ଧି କରିଥାଏ । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO) ଅନୁସାରେ 2000ରୁ 2015 ମଧ୍ୟରେ ମାଲେରିଆର ମାତ୍ରା 37 ପ୍ରତିଶତ କମିଥିବା ବେଳେ ମାଲେରିଆରେ ମୃତ୍ୟୁ ସଂଖ୍ୟା 60 ପ୍ରତିଶତ କମିଛି । ଏହାର ସଂଖ୍ୟାକୁ ବଢାଇବା ପାଇଁ ମଶାରୀର ବ୍ୟବହାର ମହତ୍ବପୂର୍ଣ୍ଣ ।

ABOUT THE AUTHOR

...view details