ବେଙ୍ଗାଲୁରୁ: ପରିବାରଠାରୁ ଅଲଗା ହେବା ଯେ କେତେ କଷ୍ଟକର ତାହା ଅଳ୍ପ ବହୁତେ ସଭିଏଁ ଜାଣନ୍ତି । ହେଲେ ପରିବାରଠାରୁ ଅଲଗା ହେବା ପରେ ତାଙ୍କୁ ଚିହ୍ନି ନପାରିବାର ଦୁଃଖ ବହୁତ କମ ଲୋକେ ବୁଝନ୍ତି । ଏପରି ଏକ ପରିବାର ରହିଛି ତାମିଲନାଡୁରେ । ଯେଉଁ ପରିବାରରେ ତିନି ଛୁଆ ଓ ସ୍ବାମୀଙ୍କୁ ଛାଡି 10 ବର୍ଷ ତଳେ କେଉଁ ଆଡେ ଚାଲିଯାଇଥିଲେ ମ୍ୟାରୀ ।
ମ୍ୟାରୀ ନିଜ ମାନସିକ ଭାରସାମ୍ୟ ହରାଇ 10 ବର୍ଷ ତଳେ ନିଜ 3 ଛୁଆ ଓ ସ୍ବାମୀଙ୍କୁ ଛାଡି କେଉଁ ଆଡେ ଚାଲିଯାଇଥିଲେ । ଏହାପରେ ବେଶ କିଛି ଦିନ ପର୍ଯ୍ୟନ୍ତ ଖୋଜାଖୋଜି ମଧ୍ୟ ଜାରି ରହିଥିଲା। ହେଲେ ମିଳିପାରିନଥିଲା କୌଣସି ସୁଫଳ । ପରେ ହାର ମାନି ଗତ ବର୍ଷେ ତଳେ ଆଖି ବୁଜିଥିଲେ ତାଙ୍କ ସ୍ବାମୀ । ପିଲାମାନଙ୍କୁ ଏକୁଟିଆ କରି ସବୁଦିନ ପାଇଁ ଚାଲିଯାଇଥିଲେ ସେ । ହେଲେ ଭାଗ୍ୟର ଲେଖା କିଛି ଅଲଗା ଥିଲା ।