ନୂଆଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଙ୍ଗ୍ ଆପ୍ ହ୍ବାଟ୍ସଆପ୍ । ଲୋକଙ୍କ ଗହଣରେ ନିଜର ଲୋକପ୍ରିୟତା ବଜାୟ ରଖିଛି ଏହି ଆପ୍ । ଅନେକ ସମୟରେ ନିଜର ନୂଆ ନୂଆ ଫିଚର ଉପଭୋକ୍ତାଙ୍କ ପାଇଁ ଆଣିଥାଏ ହ୍ବାଟ୍ସଆପ୍ ।
ନିକଟରେ ଏହା ଆଉ ଏକ ନୂଆ ଫିଚର ଆଡ୍ କରିବାକୁ ଯାଉଛି । ଯାହାଦ୍ବାରା ଉପଭୋକ୍ତା ଖୁବ୍ ଲାଭବାନ ହେବା ନେଇ ସୂଚନା ଦେଇଛି କମ୍ପାନୀ । ଖୁବ୍ଶୀଘ୍ର ହ୍ବାଟ୍ସଆପ୍ ୟୁପିଆଇ ବେଷ୍ଟ ପେମେଣ୍ଟ ସର୍ଭିସ ଲଞ୍ଚ କରିବାକୁ ଯାଉଛି ।
ଯାହାଦ୍ବାର ଇନଷ୍ଟାଣ୍ଟ ମେସେଜ ଭଳି ଲୋକେ ହ୍ବାଟ୍ସଆପ ମାଧ୍ୟମରେ ଟଙ୍କା ମଧ୍ୟ ପଠାଇପାରିବେ । ଏହାର ସୂଚନା ଦେଇଛନ୍ତି ହ୍ବାଟ୍ସଆପର ଗ୍ଲୋବାଲ୍ ମୁଖ୍ୟ ଉଇଲ୍ କ୍ୟାଥକାର୍ଟ(Will Cathcart) । ଦିଲ୍ଲୀରେ ଆୟୋଜିତ ଏକ ଇଭେଣ୍ଟରେ ଯୋଗ ଦେଇ ସେ ଏହା କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ତାଙ୍କ ସହ ନିତି ଆୟୋଗ ଚେୟରମ୍ୟାନ ଅମିତାଭ କାନ୍ତ ମଧ୍ୟ ଉପସ୍ଥିତ ଥିଲେ । ହ୍ବାଟ୍ସଆପର ଏହି ଫିଚର ସମ୍ପର୍କରେ ଆଲୋଚନା କରିବା ସହ ସେ କହିଥିଲେ ଯେ ହ୍ବାଟ୍ସଆପ ପେମେଣ୍ଟରେ କାହାକୁ ପେମେଣ୍ଟ କରିବା ମେସେଜ ପଠାଇବା ଭଳି ସହଜ ହେବ । ଆଉ ଏହି ସୁବିଧା ଚଳିତ ବର୍ଷ ହିଁ ଆରମ୍ଭ ହେବ ।
ଏହି କାର୍ଯ୍ୟକ୍ରମରୁ ଏହା ସ୍ପଷ୍ଟ ହୋଇଛି ଯେ ଭାରତରେ ହ୍ବାଟ୍ସଆପ ବିଜନେସ୍ (WhatsApp Business) ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ।